26.1 C
Bhubaneswar
Wednesday, March 4, 2026
Homeଓଡିଶାକେନ୍ଦୁଝରରେ ନିର୍ମାଣ ହେବ ଷ୍ଟିଲ୍‌ ପ୍ଲାଣ୍ଟ : ମୁଖ୍ୟମନ୍ତ୍ରୀ

କେନ୍ଦୁଝରରେ ନିର୍ମାଣ ହେବ ଷ୍ଟିଲ୍‌ ପ୍ଲାଣ୍ଟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଖଣିଜ ସଂପଦରେ ପରିପୂର୍ଣ୍ଣ କେନ୍ଦୁଝରରେ ବୃହତ୍‌ ଷ୍ଟିଲ୍‌ କାରଖାନା ନିର୍ମାଣ ହେବାର ଆଶା ଅଧିକ ଦେଖାଦେଇଛି। କେନ୍ଦୁଝର ଜିଲ୍ଲାରେ ମେଗା ଷ୍ଟିଲ୍‌ ପ୍ଲାଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁଣି ଥରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କହିଛନ୍ତି। ଜିଲ୍ଲାରେ ହେବାକୁ ଥିବା ଏହି କାରଖାନା ପାଇଁ ଚଳିତ ମାସ ଭୁବନେଶ୍ବରରେ ଆୟୋଜିତ ଦୁଇଦିନିଆ ‘ଉତ୍କର୍ଷ ଓଡ଼ିଶା’ କନ୍‌କ୍ଲେଭ୍‌ରେ ଏଥି ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇପାରେ। ଏହି କାରଖାନା ନିର୍ମାଣ ପାଇଁ ୬୫ ହଜାର କୋଟି ଟଙ୍କା ବିନିଯୋଗ ହେବ। ଏହି କାରଖାନା ମାଧ୍ୟମରେ ବେରୋଜଗାରୀଙ୍କୁ ପ୍ରତକ୍ଷ୍ୟ ଓ ପରୋକ୍ଷା ଭାବେ ରୋଜଗାର ମିଳିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝରରେ ମେଗା ଷ୍ଟିଲ୍‌ କାରଖାନା ନେଇ ଗତବର୍ଷ ‌ନଭେମ୍ବର ୧ ତାରିଖରେ ପ୍ରଥମେ ସୂଚନା ଦେଇଥିଲେ। ସେହି ସମୟରେ ଦୁଇଦିନିଆ ଗସ୍ତରେ ଥିବା ବେଳେ ସେ କହିଥିଲେ ଯେ, ଜେଏସ୍‌ଡବ୍ଲ୍ୟୁ ଓ ପୋସ୍କୋର ମିଳିତ ସହଯୋଗରେ ମେଗା ଷ୍ଟିଲ କାରଖାନା ନିର୍ମାଣ ହେବ।

ସୂଚନାଯୋଗ୍ୟ, କିଛି ମାସ ପୂର୍ବରୁ ଦିଲ୍ଲୀ ଓ ମୁମ୍ବାଇରେ ମେକ୍‌ ଇନ୍‌ ଓଡ଼ିଶାର ରୋଡ୍‌ ସୋ’ର ଆୟୋଜନ ହୋଇଥିଲା। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଞ୍ଜି ନିବେଶ ପାଇଁ ସିଙ୍ଗାପୁର ଗସ୍ତ କରିଥିଲେ। ଏହି କାର୍ଯ୍ୟକ୍ରମଗୁଡ଼ିକରେ ରାଜ୍ୟ ସରକାରଙ୍କ ତରଫରୁ ସେ ଦେଇଥିଲି। ସେହି ସମୟରେ ମୁଖ୍ୟମନ୍ତ୍ରୀ ଉଭୟ ଜେଏସ୍‌ଡବ୍ଲ୍ୟୁ ଓ ପୋସ୍କୋ ସହିତ ଆଲୋଚନା କରିଥିଲେ। ସେମାନେ କେନ୍ଦୁଝରରେ ଷ୍ଟିଲ କାରାଖାନା କରିବାକୁ ଆଗ୍ରହ ପ୍ରକାଶ କରିଥିବା ନେଇ ମୁଖ୍ୟମନ୍ତ୍ରୀ ପୂର୍ବରୁ ସୂଚନା ପ୍ରଦାନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking