23.1 C
Bhubaneswar
Wednesday, March 4, 2026
Homeଦେଶ ବିଦେଶଭୟଙ୍କର ହେଉଛି କାଲିଫର୍ଣ୍ଣିଆ ନିଆଁ; ମୃତ୍ୟୁସଂଖ୍ୟା ୨୪ ଛୁଇଁଲା

ଭୟଙ୍କର ହେଉଛି କାଲିଫର୍ଣ୍ଣିଆ ନିଆଁ; ମୃତ୍ୟୁସଂଖ୍ୟା ୨୪ ଛୁଇଁଲା

କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଅ ରାଜ୍ୟର ଲସ୍ ଆଞ୍ଜେଲ୍ସ ରେ ଲାଗିଥିବା ବନାଗ୍ନି ଦିନକୁ ଦିନ କରାଳ ରୂପ ଧାରଣ କରିବାରେ ଲାଗିଛି। ସୋମବାର ସୁଦ୍ଧା ଏହି ଜଙ୍ଗଲ ନିଆଁରେ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି। ଏହି ଜଙ୍ଗଲ ନିଆଁ କାର୍ଲିଫର୍ଣ୍ଣିଆରେ ଏପର୍ଯ୍ୟଙ୍କ ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡରେ ପରିଣତ ହୋଇଛି। ୧୫ ହଜାରରୁ ଅଧିକ ଘର ଜଳିଯାଇଥିବା ବେଳେ ଅନେକ ଗାଡ଼ି ମଟର, ଜଙ୍ଗଲ ପଶୁ ସବୁ ଜଳିଯାଇଛନ୍ତି। ୧.୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଏବଂ ଜଙ୍ଗଲ ନିଆଁକୁ ଲିଭାଇବା ପାଇଁ କରାଯାଉଥିବା ସବୁ ପ୍ରଚେଷ୍ଟା ବିଫଳ ସାବ୍ୟସ୍ତ ହେବାରେ ଲାଗିଛି।

ସହସ୍ରାଧିକ ଦମକଳ ଏବଂ ହେଲିକପ୍ଟରରୁ ପାଣି ପକାଯାଇ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରାଯାଉଥିଲେ ସୁଦ୍ଧା ଏହା ସମ୍ପୂର୍ଣ୍ଣ ସଫଳ ହୋଇପାରୁନାହିଁ। ଅନ୍ୟପକ୍ଷେ ଏହି ଅଞ୍ଚଳରେ ଥିବା ଏକାଧିକ ହଲିଉଡ ତାରକାଙ୍କ ମୂଲ୍ୟବାନ ବାସଭବନ ପୋଡି ଛାରଖାର ହୋଇଯାଉଥିବା ନେଇ ଖବର ମଧ୍ୟରେ ଲୁମିନାର ଟେକ୍ନୋଲୋଜି କମ୍ପାନୀର ସିଇଓ ଅଷ୍ଟିନ ରସେଲଙ୍କ ବିଳାସପୂର୍ଣ୍ଣ ବାସଭବନ ‘ପ୍ୟାସିଫିକ୍ ପାଲିସାଡେସ’ ଭସ୍ମୀଭୂତ ହୋଇଥିବା ଜଣାପଡିଛି। ୧୮ ପ୍ରକୋଷ୍ଠ ବିଶିଷ୍ଟ ଏହି ବାସଭବନର ମୂଲ୍ୟ ଭାରତୀୟ ମୁଦ୍ରାରେ ୧୦,୭୭୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅଷ୍ଟିନ ଏହି ଅଟ୍ଟାଳିକାକୁ ମାସିକ ୩.୭୪ କୋଟି ଟଙ୍କାରେ ଭଡା ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking