23.1 C
Bhubaneswar
Wednesday, March 4, 2026
Homeଦେଶ ବିଦେଶପୁଣି ଏଲ୍‌ଏସି ନିକଟରେ ଯୁଦ୍ଧାଭ୍ୟାସ କଲା ଡ୍ରାଗନ୍ ସେନା

ପୁଣି ଏଲ୍‌ଏସି ନିକଟରେ ଯୁଦ୍ଧାଭ୍ୟାସ କଲା ଡ୍ରାଗନ୍ ସେନା

ନୂଆଦିଲ୍ଲୀ: ଚୀନ୍‌ର ଡ୍ରାଗନ୍ ସେନା ନିଜ ପୁରୁଣା ଅଭ୍ୟାସଗତ ପ୍ରବୃତିରୁ ବାହାରିପାରୁନାହିଁ। ରିପୋର୍ଟ ଅନୁସାରେ ଭାରତ-ଚୀନ୍ ପ୍ରକୃତ ନିୟନ୍ତ୍ରଣ ରେଖା ଏଲ୍‌ଏସି ଠାରେ ଡ୍ରାଗନ୍ ସେନା ପୁଣିଥରେ ଯୁଦ୍ଧ୍ୟାଭ୍ୟାସ ଆରମ୍ଭ କରିଛି। ଦୁଇ ଦେଶ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖାରୁ ନିଜ ନିଜ ସେନାକୁ ହଟାଇବାକୁ ଓ ପାଟ୍ରୋଲିଂ ଆରମ୍ଭ କରିବାକୁ ୨୦୨୪ ଅକ୍ଟୋବର ୨୧ରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ୨୦୨୦ରେ ଗଲୱାନ ଘାଟିରେ ଦୁଇ ଦେଶର ସେନା ମଧ୍ୟରେ ହୋଇଥିବା ବିବାଦର ଅନ୍ତ କରିବା ଉଦ୍ଦେଶ୍ୟରେ ହୋଇଥିଲା। ତେବେ ଏହି ଚୁକ୍ତିନାମା ଅନୁଯାୟୀ, ଉଭୟ ଦେଶ ଡେପସଙ୍ଗ ଏବଂ ଡେମଚୋକ ଭଳି ସମ୍ବେଦନଶୀଳ ଅଞ୍ଚଳରେ ପାଟ୍ରୋଲିଂ ଆରମ୍ଭ କରିବାକୁ ସହମତ ହୋଇଥିଲେ। ଭାରତର ଏନ୍‌ଏସ୍‌ଏ ଅଜିତ ଡୋଭାଲ ଏବଂ ଚୀନ୍‌ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା। କିନ୍ତୁ ଚୀନ୍ ସେନା ଏବେ ଏହି ଚୁକ୍ତିକୁ ବେସମ୍ମାନ କରିବା ପୂର୍ବକ ସେନାଭ୍ୟାସ ବା ଯୁଦ୍ଧ୍ୟାଭ୍ୟାସ ଆରମ୍ଭ କରିଛି। ଚୀନର ସେନା ପିପୁଲ୍ସ ଲିବରେସନ୍ ପାର୍ଟିର ସିନ୍‌ଜିଆଙ୍ଗ ମିଲିଟାରୀ କମାଣ୍ଡର ରେଜିମେଣ୍ଟ ନେତୃତ୍ୱରେ ଯୁଦ୍ଧାଭ୍ୟାସ କରୁଥିବା ଜଣାପଡିଛି।

ଚୀନ୍‌ର ଏହି କମ୍ବାଟ୍ ଡ୍ରିଲରେ ଯୁଦ୍ଧ ବାହାନ, ମାନବରହିତ ସିଷ୍ଟମ ଓ ଡ୍ରୋନ୍ ସହିତ ସେନାର ଉନ୍ନତମାନର ଯୁଦ୍ଧାସ୍ତ୍ରର ବ୍ୟବହାର କରାଯଉଥିବା ଜଣାପଡିଛି। ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ନେଇ ଚୁକ୍ତି ହୋଇଥିଲେ ବି ଚୀନର ଏଭଳି କାର୍ଯ୍ୟକଳାପ ସମସ୍ତଙ୍କୁ ଅତିଷ୍ଠ କରିଛି। ଏସବୁ ମଧ୍ୟରେ ଭାରତୀୟ ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ମଧ୍ୟ ଏକ ବଡ ବୟାନ୍ ଦେଇଛନ୍ତି। ଶ୍ରୀ ଦ୍ୱିବେଦୀ କହିଛନ୍ତି ଏଲ୍‌ଏସିରେ ସମ୍ପ୍ରତି ଦ୍ୱିପାକ୍ଷିକ ସ୍ଥିତି ସମ୍ବେଦନଶୀଳ ଥିଲେ ମଧ୍ୟ ସ୍ଥିର ରହିଛି। ତେବେ ଭାରତୀୟ ସେନା ପ୍ରତ୍ୟେକ ସ୍ଥିତି ମୁକାବିଲା କରିବାକୁ ପ୍ରସ୍ତୁତ ରହିଛି। ସେନାଧ୍ୟକ୍ଷଙ୍କ କହିବାନୁସାରେ ବିବାଦୀୟ ଅଞ୍ଚଳରୁ ଉଭୟ ପକ୍ଷର ସେନା ପଛକୁ ହଟିଛନ୍ତି ସତ, କିନ୍ତୁ କେତେକ ସ୍ଥାନରେ ଏବେ ବି କୌଣସି ବଫର୍ ଜୋନ୍ ନାହିଁ। ପୂର୍ବ ଲଦାଖର ଡେପସଙ୍ଗ ଏବଂ ଡେମଚୋକର ପାରମ୍ପରିକ ଅଞ୍ଚଳରେ ପାଟ୍ରୋଲିଂ ପ୍ରକ୍ରିୟା ଜାରି ରହିଛି। ଏହି ଅଞ୍ଚଳରେ ଭାରତୀୟ ସେନାର ନିୟୋଜନ ସନ୍ତୁଳିତ ଏବଂ ମଜଭୁତ ରହିଛି। ସୀମାରେ ଭିତ୍ତିଭୂମି ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବା ଉପରେ ଭାରତୀୟ ସେନା ଧ୍ୟାନ ଦେଉଛି ବୋଲି ସ୍ଥଳ ସେନା ମୁଖ୍ୟ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking