23.1 C
Bhubaneswar
Thursday, March 5, 2026
Homeଓଡିଶାସଡକ ଦୁର୍ଘଟଣା : ୧୦  ଆହତ

ସଡକ ଦୁର୍ଘଟଣା : ୧୦  ଆହତ

ଯାଜପୁର : ଯାଜପୁର ଦଶରଥପୁର ବ୍ଳକ ହିରାପୁର ବଣିଆସାହି ନିକଟରେ ସଡକ ଦୁର୍ଘଟଣା। ଭାରସାମ୍ୟ ହରାଇ ବାଉଁଶବୁଦା ରେ ପିଟିଲା ଟାଟା ମ୍ୟଜିକ । ୧୦ଜଣ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର। ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି।ସୁଚନା ମୁତାବକ ଯାଜପୁର ରୁ ଅହିୟାସ ପାସେଞ୍ଜର ନେଇ ଯାଉଥିବା ଏକ ମ୍ୟାଜିକ ଗାଡି ଭାରସାମ୍ୟ ହରାଇ ଏକ ବାଉଁଶ ବୁଦା ରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ସ୍ଥାନୀୟ ଅଞ୍ଚଳବାସୀ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ। ସେଠାରେ ଜଣେ ମହିଳା ଏବଂ ତାଙ୍କ ୧୨ବର୍ଷୀୟ ଝିଅ ର ଅଵସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି। ଅନ୍ୟପଟେ ଡ୍ରାଇଭର ମଦ୍ୟପାନ କରି ଗାଡି ଚାଳନା କରୁଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଯାତ୍ରୀ ମାନେ ଅଭିଯୋଗ କରିଛନ୍ତି। ଯାଜପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking