31.1 C
Bhubaneswar
Sunday, April 26, 2026
Homeଦେଶ ବିଦେଶୟୁକ୍ରେନ୍ ନାଗରିକ ବାହାରିଲେ ପଞ୍ଜି ସ୍କାମର ମାଷ୍ଟରମାଇଣ୍ଡ

ୟୁକ୍ରେନ୍ ନାଗରିକ ବାହାରିଲେ ପଞ୍ଜି ସ୍କାମର ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ : ମୁମ୍ବାଇରେ ଚାଲିଥିବା ପଞ୍ଜି ସ୍କାମକୁ ନେଇ ପୋଲିସର ବଡ଼ ଖୁଲାସା । ଏହି ପଞ୍ଜି ସ୍କାମରେ ୟୁକ୍ରେନ୍‌ର ଦୁଇ ଜଣ ଲୋକ ସାମିଲ ଥିଲେ। ଯେଉଁଥିରେ ଜଣେ ମହିଳା ଥିଲେ। ଏହି ଦୁହେଁ ୟୁକ୍ରେନ୍ ନାଗରିକଙ୍କ ନାମ ଆର୍ଟମ ଓ ଓଲେନା ଷ୍ଟୋଇନ୍‌। ଟୋରେସ୍ ଜୁଏଲରୀ ନାମକ ଏହି ଠକେଇରେ ମୁମ୍ବାଇରେ ଶତାଧିକ ଲୋକଙ୍କୁ ବଡ ରିଟର୍ଣ୍ଣର ପ୍ରତିଶୃତି କରିବାର ନିବେଶ କରିଥିଲେ, କିନ୍ତୁ ତାଙ୍କୁ ପ୍ରକୃତରେ କିଛି ମିଳିନଥିଲା। ମୁମ୍ବାଇର ଆର୍ôଥକ ଅପରାଧ ଶାଖା ଏହି ମାମଲାର ଯାଞ୍ଚ କରୁଛନ୍ତି। ପୋଲିସ ଦୁହିଁଙ୍କ ତଲାସୀ କରୁଛି। ପୋଲିସର କହିବା ଅନୁସାରେ, ଏହି ଦୁହେଁ ଷଡଯନ୍ତ୍ରରେ ବଡ଼ ଭୂମିକା ଗ୍ରହଣ କରିଥିଲେ। ଏହା ସହ ଲୋକମାନେ ଜେମ୍ ଷ୍ଟୋନ୍ସ ଗୋଲ୍ଡ ଓ ସିଲଭରରେ ନିବେଶର ଲାଞ୍ଚ ଦେଇଥିଲେ। ଯାଞ୍ଚ ଟିମ୍ ସେହି ୧୪ କାରକୁ ନେଇ ମଧ୍ୟ ଯାଞ୍ଚ କରୁଛି। ଯାହାକି ନିବେଶକଙ୍କୁ ଲକି ଡ୍ର ରୂପରେ ଦିଆଯାଇଥିଲା।

ସୂଚନା ଅନୁସାରେ, ଏହି କାରକୁ ଦେବାର ଲକ୍ଷ୍ୟ ଏହା ଯେ, ଅଧିକରୁ ଅଧିକ ଗ୍ରାକଙ୍କୁ ପଞ୍ଜି ସ୍କାମରେ ନିବେଶ ପାଇଁ ଲାଭ ଦିଆଯାଇ ହେବ। କିନ୍ତୁ ଗତ ସପ୍ତାହ ଏହି ପଞ୍ଜି ସ୍କାମରେ ଟଙ୍କା ଲଗାଇଥିବା ଦୁନିଆର ଶତାଧିକ ନିବେଶକଙ୍କୁ ଝଟକା ଲାଗିଥିଲା। ଏହି ଝଟକା ସେତେବେଳେ ଲାଗିଥିଲା ଯେତେବେଳେ ଟୋରେସ୍ ଜୁଏଲାରୀ ଚେନ୍‌ର ୬ଟି ଷ୍ଟୋର ହଠାତ ବନ୍ଦ ହୋଇଯାଇଥିଲା। ଏହି ଜୁଏଲାରୀ ଚେନ୍ ବଡ ରିଟର୍ଣ୍ଣର ପ୍ରତିଶୃତି ଦେଇ କୋଟି କୋଟି ଟଙ୍କା ନିବେଶ କରିଥିଲା। ପୋଲିସ ଅଭିଯୋଗ ଆଧାରରେ ହୋର୍ଡିଂ ଫର୍ମ, ପ୍ଲାଟିନମ୍ ହର୍ନ ପ୍ରାଇଭେଟ୍ ଲିମିଟେଡ୍‌, ଏହାର ଦୁଇଜଣ ଡାଇରେକ୍ଟର, ସିଇଓ, ଜେନେରାଲ ମ୍ୟାନେଜର ଓ ଷ୍ଟୋର ଇନଚାର୍ଜଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।

ଏହି ଲୋକଙ୍କ ଉପରେ ଠକେଇ ଓ ଅପରାଧିକ ଷଡଯନ୍ତ୍ରର ଅଭିଯୋଗ ରହିଛି। ଟୋରେସନ୍ ଆଉଟଲେଟ ଗତ ବର୍ଷ ଫେବୃଆରୀରେ ମୁମ୍ବାଇର ୬ଟି ସ୍ଥାନରେ ଖୋଲା ଯାଇଥିଲା। ଏଠାରେ ଜେମଷ୍ଟୋନ୍ ଜୁଏଲାରୀ ବିକ୍ରି କରାଯାଉଥିଲା ଓ ବୋନସ୍ ସ୍କିମ୍‌ର ମଧ୍ୟ ଅଫର ହେଉଥିଲା। ଏହି ସ୍କିମ୍ ଅନୁସାରେ, ଏକ ଲକ୍ଷ ଟଙ୍କାର ନିବେଶ କରଥିବା ଲୋକଙ୍କୁ ମଞ୍ଜେନାଇଟ୍‌ର ୧୦ ହଜାର ମୂଲ୍ୟର ପେଣ୍ଡେଣ୍ଟ ମିଳୁଥିଲା। କିନ୍ତୁ ଏବେ କଷ୍ଟମରଙ୍କୁ ଲାଗୁଛି ଏହାର ଷ୍ଟୋନ୍ ନକଲି ଥିଲା। ଏହାଛଡା ଗ୍ରାହକଙ୍କୁ ତାଙ୍କ ନିବେଶ ଉପରେ ପୁରା ୫୨ ସପ୍ତାହ ୬% ପର୍ଯ୍ୟନ୍ତ ସୁଧ ଦେବାର ପ୍ରତିଶୃତି ଦେଇଥିଲେ। ଏହାପରେ ଏହାକୁ ବଢାଇ ୧୧% କରି ଦିଆଯାଇଥିଲା। ଲୋକଙ୍କ କହିବା ଅନୁସାରେ, ଗତ ବର୍ଷ ତାଙ୍କୁ ଏହି ଟଙ୍କା ମିଳିଥିଲା। କିନ୍ତୁ ଦୁଇ ମାସ ପୂର୍ବରୁ ଏହାକୁ ରୋକି ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking