ଭୁବନେଶ୍ୱର: ଧାନ ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ବଡ ବୟାନ ଆସିଛି । ବର୍ଷାରେ ନଷ୍ଟ ହୋଇଥିବା ଧାନ ମଣ୍ଡିକୁ ଆଣିବାକୁ ମନା କରିଛନ୍ତି । ଭଲ ଧାନ ଆଣନ୍ତୁ ଭଲ ପଇସା ନିଅନ୍ତୁ ବୋଲି କହିଛନ୍ତି । ଏଥିପାଇଁ ରାଜ୍ୟ ସରକାର କ୍ଷତିପୁରଣ ଦେଉଛନ୍ତି ବୋଲି ଜଣାଇଛନ୍ତି । ଏଫ୍ଏକ୍ୟୁ ଧାନରେ କମ୍ପ୍ରମାଇଜ ହେବ ନାହିଁ । କଟନିଛଟନି ହେଉଥିଲେ ସିଲ୍ କରାଯାଉଛି ବୋଲି ମଧ୍ୟ ବୟାନ ଦେଇଛନ୍ତି ।