17.1 C
Bhubaneswar
Sunday, February 8, 2026
Homeଖେଳଶ୍ରୀଲଙ୍କା ୧୪୦ ରନ୍‌ରେ ଜିତିଲା ଅନ୍ତିମ ଦିନିକିଆ

ଶ୍ରୀଲଙ୍କା ୧୪୦ ରନ୍‌ରେ ଜିତିଲା ଅନ୍ତିମ ଦିନିକିଆ

ଅକ୍‌ଲାଣ୍ଡ: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍ ଶ୍ରୀଲଙ୍କା ୧୪୦ ରନ୍‌ରେ ଜିତିନେଇଛି। ଏହା ସହିତ ସିରିଜ୍ କ୍ଲିନ୍ ସ୍ୱିପ୍‌ରୁ ବର୍ତ୍ତିଛି। ଅକ୍‌ଲାଣ୍ଡର ଇଡେନ୍ ପାର୍କରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ୫୦ ଓଭର୍‌ରେ ୮ ୱିକେଟ୍ ହରାଇ ୨୯୦ ରନ୍ କରିଥିଲା। ଟିମ୍ ପକ୍ଷରୁ ପତୁମ୍ ନିସାଙ୍କା ୬୬ ଓ କୁସଳ ମେଣ୍ଡିସ୍ ୫୪ ରନ୍‌ର ଇନିଂସ୍ ଖେଳିଥିଲେ। ୨୯୧ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା କିୱି ଟିମ୍ ଲଗାତାର ୱିକେଟ୍ ହରାଇ ୨୯.୪ ଓଭର୍‌ରେ ୧୫୦ ରନ୍ ମଧ୍ୟରେ ଅଲ୍‌ଆଉଟ୍ ହୋଇଥିଲା।

ନ୍ୟୁଜିଲାଣ୍ଡରେ ସୀମିତ ଓଭର୍ ମ୍ୟାଚ୍‌ରେ ଶ୍ରୀଲଙ୍କା ଟିମ୍‌ର ଭଲ ରେକର୍ଡ ନାହିଁ। ଅକ୍‌ଲାଣ୍ଡ୍‌ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ୍‌ରେ ବିଜୟ ନ୍ୟୁଜିଲାଣ୍ଡ୍‌ରେ ୧୦ ବର୍ଷ ପରେ ଶ୍ରୀଲଙ୍କାର ପ୍ରଥମ ବିଜୟ। ଏହା ପୂର୍ବରୁ ୨୦୧୫ରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆର ସଂଯୁକ୍ତ ଆୟୋଜନରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍‌ରେ ଟିମ୍ ଜିତିଥିଲା। ଏହାପରେ ଶ୍ରୀଲଙ୍କା ଏହି ଗସ୍ତ ପୂର୍ବରୁ ତିନିଥର (୨୦୧୬, ୨୦୧୯ ଓ ୨୦୨୩) ନ୍ୟୁଜିଲାଣ୍ଡ ଗସ୍ତ କରି ମୋଟ ୭ ଦିନିକିଆ ମ୍ୟାଚ୍ ଖେଳିଥିଲେ ମଧ୍ୟ ବିଜୟଶୂନ୍ୟ ରହିଥିଲା। ଏହା ନ୍ୟୁଜିଲାଣ୍ଡ୍‌ରେ ଲଗାତାର ୯ ପରାଜୟ ପରେ ଶ୍ରୀଲଙ୍କା ଟିମ୍‌ର ପ୍ରଥମ ବିଜୟ।

ଇଡେନ୍ ପାର୍କରେ ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବ୍ୟାଟର୍‌ଙ୍କୁ ଅସିଥା ଫର୍ଣ୍ଣାଣ୍ଡୋଙ୍କ ଘାତକ ବୋଲିଂର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅସିଥା ୭ ଓଭର୍‌ରେ ୨୬ ରନ୍ ଦେଇ ତିନି ୱିକେଟ୍ ହାସଲ କରିଥିଲେ। ଏହା ବ୍ୟତୀତ ମହୀଶ ତୀକ୍ଷ୍‌ଣା ଓ ଈଶାନ୍ ମାଲିଙ୍ଗା ମଧ୍ୟ ୩-୩ ୱିକେଟ୍ ଅକ୍ତିଆର କରିଥିବା ବେଳେ ଜୟନିଥ ଲିୟାଙ୍ଗେ ଗୋଟିଏ ସଫଳତା ପାଇଥିଲେ। ନ୍ୟୁଜିଲାଣ୍ଡର ୭ ଜଣ ଖେଳାଳି ଦୁଇଅଙ୍କ ମଧ୍ୟ ଛୁଇଁପାରି ନଥିଲେ। ଏହା ମଧ୍ୟରୁ ତିନିଜଣ ଖାତା ମଧ୍ୟ ଖୋଲିପାରି ନଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking