24.1 C
Bhubaneswar
Thursday, March 12, 2026
Homeଓଡିଶାବସ୍‌ ଦୁର୍ଘଟଣା; ୪ ଓଡିଆ ଶ୍ରମିକଙ୍କ ମୃତ୍ୟୁ

ବସ୍‌ ଦୁର୍ଘଟଣା; ୪ ଓଡିଆ ଶ୍ରମିକଙ୍କ ମୃତ୍ୟୁ

ତେଲେଙ୍ଗାନା: ତେଲେଙ୍ଗାନାରେ ବଡ ଧରଣର ସଡକ ଦୁର୍ଘଟଣା । ଆଖିବୁଜିଲେ ୪ ଓଡିଆ ଶ୍ରମିକ । ତେଲେଙ୍ଗାନାର ସୂର୍ଯ୍ୟାପେଟ-ଖମାମ ହାଇଓ୍ବେରେ ଘଟିଛି ଏହି ଦୁର୍ଘଟଣା । ତେବେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ରହିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଶୁକ୍ରବାର ଭୋର ସମୟରେ ଏହି ଦୁର୍ଘଟଣା ହୋଇଛି । ଚିଭମେଲା ମଣ୍ଡଳର ଆଲିପୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ହୋଇଛି। ଶ୍ରମିକମାନେ ଦାଦନ ଖଟିବା ପାଇଁ ଏକ ବସ୍ ଯୋଗେ ନୂଆପଡା ସିନାପାଲିରୁ ହାଇଦ୍ରାବାଦ ଅଭିମୁଖେ ଆସୁଥିଲେ। ଏହି ସମୟରେ ଏକ ବାଲି ବୋଝେଇ ଟ୍ରକ ରାସ୍ତାକଡରେ ଛିଡା ହୋଇଥିଲା। ବସଟି ଭାରସାମ୍ୟ ହରାଇ ଦ୍ରୁତ ବେଗରେ ଆସି ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ୪ ଜଣ ଓଡିଆ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଗଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ସ୍ଥାନୀୟ ପୋଲିସ ଘଟାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking