26.1 C
Bhubaneswar
Friday, March 20, 2026
Homeଓଡିଶାସମସ୍ତଙ୍କ ସହଯୋଗରେ ପ୍ରବାସୀ ଭାରତୀୟ ଦିବସକୁ ସଫଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ସମସ୍ତଙ୍କ ସହଯୋଗରେ ପ୍ରବାସୀ ଭାରତୀୟ ଦିବସକୁ ସଫଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର : ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ୮ ରୁ ୧୦ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବାର୍ତ୍ତା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱର କୋଣଅନୁକୋଣରେ ରହୁଥିବା ଭାରତୀୟ ଓଡ଼ିଶା ଆସୁଛନ୍ତି। ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ପ୍ରବାସୀ ଭାରତୀୟ ଦିବସ ଏକ ପ୍ରକୃଷ୍ଟ ଅବସର। ଏକ ସୁନ୍ଦର ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଅଭିଜ୍ଞତା ପ୍ରଦାନ ପାଇଁ ଟ୍ୱିନସିଟିକୁ ସମ୍ପୂର୍ଣ୍ଣ ରୂପେ ସ୍ୱଚ୍ଛ ଓ ନିର୍ମଳ କରାଯିବା ସହ ଉତ୍ସବ ମୁଖର କରାଯାଇଛି। ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ ଯେ ଏହି ଅବସରରେ ଆପଣମାନେ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରନ୍ତୁ ଏବଂ ଯଥୋଚିତ ସମ୍ମାନ ପ୍ରଦର୍ଶନ କରନ୍ତୁ।, ଆମେ ସମସ୍ତେ ମିଶି ପ୍ରବାସୀ ଭାରତୀୟ ଦିବସକୁ ସଫଳ କରିବା ଏବଂ ପ୍ରବାସୀମାନେ ଯେପରି ଓଡ଼ିଶାରେ ହିଁ ତାଙ୍କ ଜୀବନର ସବୁଠାରୁ ଭଲ ଅନୁଭୂତି ପାଇବେ ସେ ଦିଗରେ ପ୍ରଚେଷ୍ଟା କରିବାକୁ ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking