23.1 C
Bhubaneswar
Thursday, December 25, 2025
Homeଓଡିଶା୧୯ତମ ଶହୀଦ ଦିବସ କଳିଙ୍ଗନଗର ବୀରଭୂମିଠାରେ ଅନୁଷ୍ଟିତ

୧୯ତମ ଶହୀଦ ଦିବସ କଳିଙ୍ଗନଗର ବୀରଭୂମିଠାରେ ଅନୁଷ୍ଟିତ

ଯାଜପୁର :ସମଗ୍ର ବିଶ୍ୱ କୁ ଦୋହଲାଇ ଦେଇଥିବା କଳିଙ୍ଗନଗର ଗୁଳିକାଣ୍ଡକୁ ପୁରିଛି ୧୮ବର୍ଷ . ଅଧିବାସୀ ମାନଂଙ୍କୁ ତତ୍ କାଳୀନ ସରକାର ଶହୀଦ ବୀର ମାନଙ୍କ ସ୍ମୃତିରେ ବିସ୍ଥାପନ ବିରୋଧି ଜନମଞ୍ଚ ପକ୍ଷରୁ ଶହୀଦ ଦିବସ କଳିଙ୍ଗନଗର ବୀର ଭୂମି ଠାରେ ଅନୁଷ୍ଟିତ ହୋଇଯାଇଛି. ସପକ୍ଷବାଦୀ ବିସ୍ଥାପିତ ଉନ୍ନୟନ ପରିଷଦ ଏବଂ ବିପକ୍ଷ ବାଦୀ ବିସ୍ଥାପନ ବିରୋଧି ଜନମଞ୍ଚ ପକ୍ଷରୁ ମିଳିତ ଭାବେ ଶୋଭାଯାତ୍ରା କରି ଶହୀଦ ଦିବସରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି.ସୂଚନା ଯୋଗ୍ୟ ୨୦୦୬ ଜାନୁଆରି ୨ତାରିଖ ରେ ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ସମୟରେ ତତକାଳିନ ବିଜେପି ବିଜେଡି ମେଣ୍ଟ ସରକାର ସମୟରେ ପୋଲିସ ଗୁଳିରେ ଟଳିପଡିଥିଲେ ନିରିହ ୧୪ ଆଦିବାସି. ରକ୍ତ ରଂଜିତ ହୋଇଥିଲା କଳିଙ୍ଗନଗର ମାଟି. କଳିଙ୍ଗନଗର ଠାରୁ ଦିଲ୍ଲୀ ପର‌୍ୟ୍ୟନ୍ତ ସରକାରଙ୍କ ଦମନଲୀଳା ନିତି ନରସଂହାର ପ୍ରତିବାଦ ଉଗ୍ର ରୂପ ଧାରଣ କରିଥିଲା. ବିସ୍ଥାପନ ପାଇଁ ସରକାରଙ୍କ ହିଂସ୍ର ରୂପ ସାରା ଦେଶବାସିଙ୍କୁ ସ୍ତବିନ୍ତ କରିଦେଇଥିଲା. ବିସ୍ଥାପନ ସମସ୍ୟାରେ କଳିଙ୍ଗନଗର ଶିକ୍ଷା ଦିଏ ଲଢେଇ କରି ବଞ୍ଚିହୁଏ ନାରା ସାରା ଦେଶରେ ହଇଚଇ ସୃଷ୍ଟ କରି ଥିଲା କ୍ଷ.ଏପଟେ ପୋଲିସ ଗୁଳିରେ ଟଳି ପଡିଥିବା ନିରିହ ଆଦିବାସୀ ଙ୍କ ହାତ ପାପୁଲି ମଧ୍ୟ କଟାଯାଇଥିଲା. ବାଦ ବିବାଦ ର ପ୍ରତିବାଦ ଆନ୍ଦୋଳନ ମଧ୍ୟରେ କଳିଙ୍ଗନଗର ଗୁଳିକାଣ୍ଡକୁ ଆଜି ୧୮ ବର୍ଷ ବିତିଯାଇଛି.ନିଜର ଭିଟାମାଟିର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ବୀର ଶହୀଦ ମାନଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଏବର୍ଷ ଶହୀଦ ଦିବସ ପାଳନ କରାଯାଇଛି. ଏହି ମର୍ମରେ ଆମ୍ବଗାଡ଼ିଆ ଠାରେ ଶହୀଦ ସ୍ଥଳରେ ପୂଜାର୍ଚନା କରିବା ପରେ ଏକ ବିଶାଳ ସଭାଯାତ୍ରା ବାହାରି ଡ଼ୁବୁରି ଛକ ଦେଇ ବିରଭୂମି ପର‌୍ୟ୍ୟନ୍ତ ଏକ ବିଶାଳ ସୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି. ବିସ୍ଥାପନ ବିରୋଧି ଜନମଞ୍ଚ ସଭାପତି ରବୀନ୍ଦ୍ର କୁମାର ଜାରିକାଙ୍କ ସଭାପତିତ୍ୱରେ ସୁରେଶ କୁମାର ହାଇବ୍ରୁ, ଲଖ୍ମଣ ଜାମୁଡା,ରୀନା ହାଇବ୍ରୁ, ଚକ୍ରଧର ଆଲଡା, ରଂଜିତ ଜାମୁଡା, ରତ୍ନାକର ତିଉ ଗୋବରଘାଟି ସରପଞ୍ଚ, ମନୋରଞ୍ଜନ ଜେନା, ନୋଟି ଆଂଗରାଇ, ଭୈରବ ବେହେରା, ଜିତେନ୍ଦ୍ର ଜାମୁଡା , ସବୁଜ କୃଷକ ମଞ୍ଚ ର ଗିରିଶ ଚନ୍ଦ୍ର ମହାନ୍ତ, ବିର୍ସା ବିଗ୍ରେଡ଼ ଅର୍ଜୁନ ପୂର୍ତ୍ତି, ମୁନା ପୂର୍ତ୍ତି, ସିନି ସଏ, ବୈଜୟନ୍ତି ହାଇବ୍ରୁ, ପୂର୍ବତନ ସରପଞ୍ଚ ସ୍ଵର୍ଣଲତା ବାନରା, ଝରଣା ମହାନ୍ତ ପୂର୍ବତନ ସମିତି ଗୁ ସଭ୍ୟା ଗୋବରଘାଟି ଏବଂ ବିସ୍ଥାପିତ ଉନ୍ନୟନ ପରିଷଦର ବିରେନ ଜାମୁଦା ପ୍ରମୁଖ ଉପସ୍ଥିତ ଥିଲେ.ଏଥି ସହିତ ବୀର ସହିଦ ପରିବାରକୁ ଅନୁଷ୍ଠାନ ତରଫରୁ ସନମାନିତା କରାଯାଇଥିଲା. କିନ୍ତୁ ଟାଟା କମ୍ପାନୀ ବିସ୍ଥାପିଙ୍କ ସମସ୍ୟା ଓ ନିଯୁକ୍ତି ଦେବା ଫଳ ବିଫଳ ହୋଇଛି ବିସ୍ଥାପିତ ମାନଂକ ମଧ୍ୟ୍ୟ ରେ ବିଭେବ ସୃଷ୍ଟି କରି କଂପାନୀ ଫାଇଦା ନେଉଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking