34.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶକେରଳୀ ନର୍ସଙ୍କୁ ମୃତ୍ୟୁଦଣ୍ଡ: ସ୍ୱୀକୃତି ଦେଲେ ୟେମେନ ରାଷ୍ଟ୍ରପତି, ପ୍ରତିକ୍ରିୟା ଜଣାଇଲା ଭାରତ

କେରଳୀ ନର୍ସଙ୍କୁ ମୃତ୍ୟୁଦଣ୍ଡ: ସ୍ୱୀକୃତି ଦେଲେ ୟେମେନ ରାଷ୍ଟ୍ରପତି, ପ୍ରତିକ୍ରିୟା ଜଣାଇଲା ଭାରତ

ନୂଆଦିଲ୍ଲୀ: ଅର୍ଥ ରୋଜଗାର ଉଦ୍ଦେଶ୍ୟରେ ୨୦୧୦-୧୧ରେ କେରଳରୁ ୟେମେନ ଯାଇଥିବା ଜଣେ ମହିଳା ନର୍ସଙ୍କୁ ସେଠାରେ ମୃତ୍ୟୁଦଣ୍ଡ ଦିଆଯିବା ଏବଂ ୟେମେନ୍ ରାଷ୍ଟ୍ରପତି ମଧ୍ୟ ଏହାକୁ ମଞ୍ଜୁରି ଦେଇଥିବା ଭଳି ଘଟଣା ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ କେରଳର ଯୁବତୀ ନିମିଶା ପ୍ରିୟା ନିଜ ଷ୍ଟାଫ୍ ନର୍ସ କୋର୍ସ ଶେଷ କରିବା ପରେ ଅଧିକରୁ ଅଧିକ ଅର୍ଥ ରୋଜଗାର କରିବାକୁ ଚାହିଁଥିଲେ। ଉଦ୍ଦେଶ୍ୟ ଥିଲା ସେ କିଛି ବର୍ଷ ବାହାର ଦେଶରେ କାମ କରି ଅର୍ଥ ରୋଜଗାର କରି ଫେରିଆସିବେ ଏବଂ ଏଠାରେ ସେ ନିଜ ପରିବାରର ଦାୟିତ୍ୱ ନେବା ସହ ନିଜର ଏକ କ୍ଲିନିକ୍ ଖୋଲି ଲୋକଙ୍କ ସେବା କରିବେ। ତେବେ ସେ ଏହି ଲକ୍ଷ୍ୟ ନେଇ ୟେମେନ୍ ଚାଲିଯାଇଥିଲେ ସତ କିନ୍ତୁ ୨୦୧୭ରେ ତାଙ୍କ ସହ ସେଠାରେ ଏକ ଦୁୂର୍ଭାଗ୍ୟଜନକ ଘଟଣା ଘଟିଥିଲା, ଯାହାକି ତାଙ୍କୁ ସ୍ଥାନୀୟ ସରକାର ଏବଂ ଆଇନ୍ ଆଗରେ ଦୋଷୀ ସାବ୍ୟସ୍ତ କରିଦେଇଥିଲା।

ନିମିଶା ପ୍ରିୟାଙ୍କ ବିରୋଧରେ ଜଣେ ୟେମେନ୍ ନାଗରିକଙ୍କୁ ହତ୍ୟା କରିଥିବା ଭଳି ସଂଗୀନ ଅଭିଯୋଗ ରୁଜୁ ହୋଇଥିଲା। ଏହି ଅଭିଯୋଗରେ ନିମିଶା ପ୍ରିୟା ଯେତେ ଚେଷ୍ଟା କଲେ ମଧ୍ୟ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିପାରିନଥିଲେ। ତେବେ ଏହି ଘଟଣା ପର ଠାରୁ ୟେମେନ୍ ଜେଲ୍‌ରେ କଏଦୀ ଜୀବନ କାଟିଆସୁଥିବା ନିମିଶା ପ୍ରିୟାଙ୍କୁ ୨୦୧୮ରେ ସ୍ଥାନୀୟ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ। ଏହାପରେ ନିମିଶା ୟେମେନ୍ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲେ। କିନ୍ତୁ ଏବେ ୟେମେନ ରାଷ୍ଟ୍ରପତି ରଶଦ ଅଲ-ଅଲିମି ମଧ୍ୟ ନିମିଶା ପ୍ରିୟାଙ୍କ ମୃତ୍ୟୁଦଣ୍ଡକୁ ଅନୁମୋଦନ କରିଛନ୍ତି। ଫଳରେ ପ୍ରିୟାଙ୍କ ପାଖରେ ଆଉ ମାତ୍ର ୧ ମାସ ସମୟ ହିଁ ରହିଯାଇଛି। ଅନ୍ୟପକ୍ଷେ ଝିଅର ମୃତ୍ୟୁଦଣ୍ଡାଦେଶକୁ ୟେମେନ୍ ରାଷ୍ଟ୍ରପତି ମଞ୍ଜୁରି ଦେବା ଖବର ମିଳିବା ପରେ ଝିଅକୁ ବଞ୍ଚାଇବା ପାଇଁ ଦୀର୍ଘ ବର୍ଷ ଧରି ସଂଘର୍ଷ କରିଆସୁଥିବା ନିମିଶାଙ୍କ ପରିବାର ଏବେ ଭାଙ୍ଗିପଡ଼ିଛି। ଏପଟେ ଆଜି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିମିଷାଙ୍କୁ ବଞ୍ଚାଇବାକୁ ତାଙ୍କ ପରିବାରକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଥିବା କୁହାଯାଇଛି।

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲଙ୍କ ଦ୍ୱାରା ଜାରି କରାଯାଇଥିବା ବିବୃତିରେ କୁହାଯାଇଛି ଯେ, ୟେମେନରେ ନିମିଷା ପ୍ରିୟାଙ୍କ ମୃତ୍ୟୁ ଦଣ୍ଡାଦେଶ ବିଷୟରେ ଆମେ ଅବଗତ ଅଛୁ। ଆମେ ଜାଣିଛୁ ଯେ, ନିମିଷାଙ୍କ ପରିବାର ଝିଅକୁ ବଞ୍ଚାଇବା ପାଇଁ ବିକଳ୍ପ ଖୋଜୁଛନ୍ତି। ସରକାର ଏହି ପ୍ରସଙ୍ଗରେ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରୁଛନ୍ତି। ନିମିଶା ପ୍ରିୟା ୟେମେନ୍‌ର ଏକ ହସ୍ପିଟାଲରେ ନର୍ସ ଚାକିରି କରି ରହିଥିବା ବେଳେ ତାଙ୍କ ସ୍ୱାମୀ ଓ ଝିଅ ବି ତାଙ୍କ ସହ ରହୁଥିଲେ। ମାତ୍ର ୨୦୧୪ ସ୍ୱାମୀ ଏବଂ ଝିଅ ଭାରତ ଫେରି ଆସିଥିବା ବେଳେ ନିମିଶା ସେଠାରେ ରହି ଯାଇଥିଲେ। ଏହାପରେ ତଲାଲ ଓବଦା ମେହେଦି ନାମକ ୟେମେନ ନାଗରିକଙ୍କ ସହ ମିଶି ନିମିଶା ସେଠାରେ ଏକ ହସ୍ପିଟାଲ ଖୋଲିଥିଲେ। କିଛିଦିନ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲେ ହେଁ ପରେ ସେଥିରେ ଫାଟ ଦେଖାଦେଲା। ତଲାଲ ଓବଦା ନିମିଶାଙ୍କ ପାସପୋର୍ଟ ରଖିଦେଇଥିବା ବେଳେ ନିମିଶା ଏନେଇ ସେଠାକାର ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଉଭୟ ପତିପତ୍ନୀଙ୍କ ଭିତରେ ଏହା ବ୍ୟକ୍ତିଗତ ମାମଲା ବୋଲି ତଲାଲ କହିବାରୁ ସେଠାକାର ପୁଲିସ୍ ଉକ୍ତ ମାମଲାରେ ହସ୍ତକ୍ଷେପ କରିନଥିଲା।

ଏଥିରେ ଉତ୍ତ୍ୟକ୍ତ ହୋଇ ନିମିଶା ୨୦୧୭ରେ ନିଶା ଇଞ୍ଜେସନ ଦେଇ ତଲାଲଙ୍କୁ ହତ୍ୟା କରିଥିଲେ। ଏହାପରେ ସେ ପାସପୋର୍ଟ ହାସଲ କରି ଭାରତ ଫେରିବାକୁ ଚାହୁଁଥିଲେ। ମାତ୍ର ଏହା ସମ୍ଭବ ହୋଇ ପାରିନଥିଲା। ୟେମେନ ପୁଲିସ୍ ମାତ୍ର ୪ ଦିନରେ ଏହି ଘଟଣାର ପର୍ଦ୍ଦାଫାସ କରି ନିମିଶାଙ୍କୁ ଗିରଫ କରିଥିଲା। ଏକ ବର୍ଷ ପରେ ତାଙ୍କୁ ୟେମେନର ଏକ ଟ୍ରାଏଲ କୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସେହି ଦିନଠାରୁ ନର୍ସଙ୍କ ପରିବାର ଝିଅକୁ ମୁକ୍ତ କରିବା ପାଇଁ ସଂଗ୍ରାମ କରିଆସୁଛନ୍ତି। ଟ୍ରାଏଲ କୋର୍ଟର ଆଦେଶ ବିରୋଧରେ ନର୍ସଙ୍କ ପରିବାର ୟେମେନର ସୁପ୍ରିମକୋର୍ଟଙ୍କ ନିକଟକୁ ମଧ୍ୟ ଯାଇଥିଲେ। କିନ୍ତୁ ୨୦୨୩ରେ ତାଙ୍କ ଆବେଦନ ଖାରଜ କରାଯାଇଥିଲା। ବର୍ତ୍ତମାନ ୟେମେନର ରାଷ୍ଟ୍ରପତି ମଧ୍ୟ ନର୍ସଙ୍କ ପରିବାର ଆବେଦନକୁ ଖାରଜ କରି ମୃତ୍ୟୁଦଣ୍ଡକୁ ଅନୁମୋଦନ ଦେଇଛନ୍ତି। ନର୍ସ ପ୍ରିୟାଙ୍କ ମୁକ୍ତି ତଲଲ ଅବଦୋ ମହଦିଙ୍କ ପରିବାର ଏବଂ ତାଙ୍କ ଆଦିବାସୀ ନେତାଙ୍କ କ୍ଷମା ଉପରେ ନିର୍ଭରଶୀଳ ଥିଲା। ସେମାନେ କ୍ଷମା ନଦେବାରୁ ଏବେ ନର୍ସଙ୍କ ମୃତ୍ୟୁଦଣ୍ଡକୁ ଗ୍ରହଣ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking