27.1 C
Bhubaneswar
Wednesday, March 25, 2026
Homeଓଡିଶାମଧ୍ୟରାତ୍ରୀରେ ଶିମିଳିପାଳ ପହଞ୍ଚିବ ବାଘୁଣୀ ଜୀନ୍ନତ୍‌

ମଧ୍ୟରାତ୍ରୀରେ ଶିମିଳିପାଳ ପହଞ୍ଚିବ ବାଘୁଣୀ ଜୀନ୍ନତ୍‌

ବାରିପଦା: ପ୍ରାୟ ୪୮ ଘଣ୍ଟା କୋଲକାତାସ୍ଥିତ ଆଲିପୁର ପ୍ରାଣୀ ଉଦ୍ୟାନରେ ରହିଲା ପରେ ବାଘୁଣୀ ଜୀନ୍ନତ ଓଡ଼ିଶାମୁହାଁ ହୋଇଛି। ସେଠାରେ ସମସ୍ତ ପ୍ରକାର ସ୍ୱାସ୍ଥ୍ୟଜନିତ ପରୀକ୍ଷା ନିରୀକ୍ଷା ସରିବା ପରେ ଜୀନ୍ନତକୁ ଶିମିଳିପାଳ ଅଣାଯାଉଛି। ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ମଧ୍ୟ ରାତ୍ରିରେ ଜୀନ୍ନତ୍ ଶିମିଳିପାଳ ପହଞ୍ଚିବା ପରେ ଦକ୍ଷିଣ ଡିଭିଜନର ସଫ୍ଟ ଏନକ୍ଲୋଜରରେ ତାକୁ ଛଡାଯିବ। ଏନେଇ ବାରିପଦା ଆରସିସିଏଫ ପ୍ରକାଶଚାନ୍ଦ ଗୋଗିନେନୀ କହିଛନ୍ତି ଯେ ଆଜି ରାତି ୮ଟାରେ ଅଲ୍ଲୀପୁର ଚିଡିଆଖାନାରୁ ପଶ୍ଚିମବଙ୍ଗ ବନବିଭାଗ ଆମକୁ ଜୀନ୍ନତକୁ ହସ୍ତାନ୍ତର କରିଛନ୍ତି। ତାଙ୍କର ଏକ ଟିମ୍ ଆମ ସହ ଶିମିଳିପାଆଳ ଆସୁଛନ୍ତି। ଏଠାରେ ପହଞ୍ଚିବା ପରେ ଜିନ୍ନତ୍‌କୁ ସଫ୍ଟ ଏନକ୍ଲୋଜରରେ ରଖାଯିବ। ଏହାପରେ ପରବର୍ତ୍ତୀ ସ୍ଥିତି ନିର୍ଦ୍ଧାରଣ ହେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଶିମିଳିପାଳରୁ ଜୀନ୍ନତ ଖସିଯାଇ ଝାଡ଼ଖଣ୍ଡ ପଳାଇ ଯାଇଥିଲା। ସେଠାରେ କିଛିଦିନ ବୁଲିବା ପରେ ଓଡ଼ିଶା ମୁହାଁ ହୋଇଥିଲା। ହେଲେ ଓଡ଼ିଶା ନ ଫେରି ପଶ୍ଚିମବଙ୍ଗକୁ ଚାଲି ଯାଇଥିଲା। ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଜୀନ୍ନତକୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିଲା। ପ୍ରଥମେ ତାଙ୍କୁ ଶିମିଳିପାଳରେ ଏନକ୍ଲୋଜରରେ ରଖାଯାଇଥିଲା। ପରେ ଶିମିଳିପାଳର କୋର ଏରିଆ ଭିତରେ ଛାଡ଼ି ଦିଆଯାଇଥିଲା। ଜୀନ୍ନତ୍ ସମସ୍ୟା ଦୂର କରି ଶିମିଳିପାଳରେ ମହାବଳ ବଂଶ ବିସ୍ତାର ଲାଗି ମହାରାଷ୍ଟ୍ର ତଡ଼ବା-ଅନ୍ଧେରୀ ଅଭୟାରଣ୍ୟରୁ ଆସିଥିଲା ବାଘୁଣୀ ଜୀନ୍ନତ୍‌। ହେଲେ ସେ ପଶ୍ଚିମବଙ୍ଗ ପଳାଇ ସେଠାରେ ଟ୍ରାଙ୍କୁଲାଇଜ ହେବାପରେ ଆଲିପୁର ଚିଡ଼ିଆଖାନାକୁ ତାକୁ ନିଆଯାଇ ଥିଲା। କିନ୍ତୁ ପଶ୍ଚିମବଙ୍ଗରୁ ଓଡ଼ିଶା ଏଯାଏଁ ନଆସିବା ଓ ଏନ୍‌ଟିସିଏ ହସ୍ତକ୍ଷେପ କରିଥିବାରୁ ତା’ ଫେରିବା ନେଇ ସୃଷ୍ଟି ହୋଇଥିଲା ଅନିଶ୍ଚିତତା। ବିଶେଷଜ୍ଞଙ୍କ କହିବା କଥା, ବନ୍ୟପ୍ରାଣୀ ଆଇନ ଅନୁସାରେ କୌଣସି ବନ୍ୟଜନ୍ତୁକୁ ଚିଡ଼ିଆଖାନାରେ ରଖାଯାଇପାରିବ ନାହିଁ। ଜୀନତ ଟ୍ରାଙ୍କୁଲାଇଜ ହେବା ପରେ ତା’କୁ ନିକଟସ୍ଥ କୌଣସି ପଶୁ ଚିକିତ୍ସା କେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇପାରିଥାନ୍ତା। ୨୦୦ କିଲୋମିଟର ଦୂର ଆଲିପୁରକୁ ନେବାର ଆବଶ୍ୟକତା ନ ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking