25.9 C
Bhubaneswar
Monday, April 6, 2026
Homeଓଡିଶାଫସଲ ହାନି ଦେଖି ଝୁଲିପଡିଲେ ଚାଷୀ

ଫସଲ ହାନି ଦେଖି ଝୁଲିପଡିଲେ ଚାଷୀ

ଜଗତସିଂହପୁର : ଫସଲ ହାନୀ ପାଇଁ ପୁଣି ଥରେ ଉଜୁଡ଼ି ଯାଇଛି ଆଉ ଏକ ସଂସାର। ଏପରି ହୃଦୟ ବିଦାରକ ଘଟଣା ଜଗତସିଂହପୁର ଜିଲ୍ଲାରେ ଘଟିଛି। ନିଜ ସୁନା ଫସଲ ପାଣିରେ ପଚୁଥିବା ଦେଖି ସହି ପାରିଲେନି ଚାଷୀ। ଆଉ ଘରେ ପହଞ୍ଚି ଝୁଲି ପଡ଼ିଲେ। ଏପରି ଏକ ସାଂଘାତିକ ଘଟଣା ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ସାରଣା ଗାଁରେ ଘଟିଛି। ମୃତ ଚାଷୀଜଣକ ହେଲେ କୃତିବାସ ସ୍ୱାଇଁ । ଫସଲହାନୀ କାରଣରୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଗତକାଲି କୃତିବାସ ଭାଇଙ୍କ ସହ ଧାନ କାଟିବାକୁ ଯାଇଥିଲେ । ସନ୍ଧ୍ୟାରେ ଘରକୁ ଆସି ପୂଜାପାଠ କଲେ । ଏହାପରେ ନିଜ ରୁମ୍‌ରେ ପଶି କବାଟ ଦେଇଥିଲେ। କିଛି ସମୟ ପରେ ପରିବାର ଲୋକେ ଡାକିଲେ ମଧ୍ୟ ସେ ଆଉ କବାଟ ଖୋଲି ନ ଥିଲେ।ଏହାପରେ ପରିବାର ଲୋକେ ପଡ଼ୋଶୀଙ୍କ ସହ କବାଟ ଭାଙ୍ଗି ଭିତରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ଉଦ୍ଧାର କରି ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେହିପରି ଉଜୁଡା ଧାନ ବିଲକୁ ଦେଖି ଟଳି ପଡିଲେ ଚାଷୀ ।  ନିଆଳି ତହସିଲ ମହଙ୍ଗପଡା ଗାଁର ଚାଶୀଙ୍କ ମୃତ୍ୟୁ ହୋଇଛି । ମୃତ ଚାଷୀ ଜଣଙ୍କ ହେଉଛନ୍ତି  କୈଳାସ ପ୍ରଧାନ ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking