28.1 C
Bhubaneswar
Sunday, December 29, 2024
Homeଦେଶ ବିଦେଶବାପାଙ୍କ ଗାଳି ସହିନପାରି  ଆତ୍ମହତ୍ୟା କଲା ଝିଅ

ବାପାଙ୍କ ଗାଳି ସହିନପାରି  ଆତ୍ମହତ୍ୟା କଲା ଝିଅ

ନୂଆଦିଲ୍ଲୀ : କୁହନ୍ତି ଯେ ବାପା ମା ଗାଳି ଦେଲେ ଛୁଆ ମାନେ ମଣିଷ ହୁଅନ୍ତି । ସେମାନେ ଯେଉଁଭଳି ଶିକ୍ଷା ଦେବେ ଛୁଆମାନେ ସେଭଳି ସଂସ୍କାର ପାଇବେ  । ହେଲେ  ଦିଲ୍ଲୀର ଗାଜିଆବାଦରେ ଜଣେ ୧୭ ବର୍ଷର  ନାବାଳିକାଙ୍କୁ ତାଙ୍କ ବାପା ଗାଳି ଦେବାରୁ ସେ ବେକରେ  ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି ।  ମୃତକ ଜଣଙ୍କ ହେଉଛନ୍ତି କାଜଲ ସିଂ । ଦ୍ୱାଦଶ ଶ୍ରେଣୀର ଛାତ୍ରୀ । କାଜଲଙ୍କୁ ତାଙ୍କ ବାପା ଶୋଇବା ପାଇଁ କହିଥିଲେ ହେଲେ କାଜଲ  ରାଗିଯାଇ ତାଙ୍କ ବାପାଙ୍କୁ ଓଲଟି ଜବାବ ଦେଇଥିଲେ । ସେ ରାଗିଯାଇ ଫ୍ୟାନରେ ଦଉଡି ଲଗାଇଥିଲେ ପରେ ଏସବୁ ତାଙ୍କ ବାପା ଦେଖି ଡରିଯାଇ ଡାକ୍ତରଖାନାକୁ ନେଇଥିଲେ ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଯାଇଛି । ପରିବେଶ ଶୋକାକୁଳ ଦେଖାଦେଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking