କେନ୍ଦ୍ରାପଡା : ନୂଆବର୍ଷ ତୋରଣ ପୋତାକୁ ନେଇ ବିବାଦରୁ ଉତ୍ତେଜନା ଓ ଛକାପଞ୍ଝା । ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହେବା ପରେ ଜାରି ହେଲା ଧାରା ୧୬୩ । କେନ୍ଦ୍ରାପଡା ଆଳି ବଜାର ଦୁର୍ଗା ମଣ୍ଡପ ଛକରେ ବିଏନଏନଏସ ଧାରା ୧୬୩ ଲାଗୁ ହୋଇଛି । ନୂଆବର୍ଶରେ ବିଜେପି କର୍ମୀ ଉକ୍ତ ଛକରେ ତୋରଣ ପୋତିଥିଲେ ହେଲେ ବିଜେଡି ବିରୋଧୀ କରିଛି । ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଶାନ୍ତ କରିବା ପରେ ଉଭୟ କର୍ମୀର ଦଳକୁ ଥାନାକୁ ଡାକି ବିବାଦର ସମାଧାନ ପାଇଁ ଉଦ୍ୟମ ହୋଇଥିଲା । ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ କ୍ରମେ କଟକଣା ଲାଗୁ ହେବା ସହିତ ଉଭୟ ପକ୍ଷଙ୍କୁ ଦୁର୍ଗା ମଣ୍ଡପ ଛକରେ କୌଣସି କାଯ୍ୟକଳାପରୁ ନିବୃତ୍ତ ରହିବା ପାଇଁ ନିର୍ଦ୍ଦେଶ ରହିଛି । କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ କଟକଣା ଲାଗୁ ରହିଛି । ଆଇନ ଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ପୋଲିସ ମୁତୟନ କରାଯାଇଛି । ତେବେ ଏନେଇ ବିଜେପି ବିଜେଡି କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।