18.1 C
Bhubaneswar
Tuesday, December 16, 2025
Homeଓଡିଶାନାଲ୍‌କୋ ଛକରେ ହଜାର ହଜାର ଉଠା ଦୋକାନୀଙ୍କ ଧାରଣା

ନାଲ୍‌କୋ ଛକରେ ହଜାର ହଜାର ଉଠା ଦୋକାନୀଙ୍କ ଧାରଣା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ନାଲ୍‌କୋ ଛକରେ ହଜାର ହଜାର ଉଠା ଦୋକାନୀ ଧାରଣା ଦେଇଛନ୍ତି । କଟକ-ନନ୍ଦନକାନନ-ଜୟଦେବବିହାର ରାସ୍ତାକୁ ଅବରୋଧ କରିଛନ୍ତି । ଫଳରେ ରାସ୍ତାରେ ଶହ ଶହ ଗାଡି ଅଟକି ରହିଛି । ବିଏମସି ଉତ୍ତର ଜୋନ୍‌ କାର୍ଯ୍ୟାଳୟ ନିକଟରେ ଦୋକାନୀ ଧାରଣା ଦେଇଛନ୍ତି । ବେଆଇନ ଉଚ୍ଛେଦକୁ ବିରୋଧ କରି ଏହି ଧାରଣା ଦିଆଯାଇଛି । ୯ ଦଫା ଦାବି ନେଇ କାର୍ଯ୍ୟାଳୟକୁ ଉଠା ଦୋକାନୀ ଘେରାଉ କରିଛନ୍ତି । ରାସ୍ତାରେ ଉପରେ ଦୋକାନୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking