ନୂଆଦିଲ୍ଲୀ : ଦୁଇ ପାକିସ୍ତାନୀ ପାଇଲଟ ନକଲି ଡିଗ୍ରୀରେ ଅନେକ ବର୍ଷ ଧରି ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ରେ କାମ କରୁଥିଲେ । ଉଭୟ ପାଇଲଟ ବର୍ଷ ବର୍ଷ ଧରି ବିମାନ ସେବାରେ କାମ କରୁଥିଲେ । ତାପରେ କିଛି କାରଣରୁ ନିଜ ଇଛାରେ ଚାକିରୀ ଛାଡିଥିଲେ । ଏହି ଠକେଇ ସମ୍ପର୍କରେ ପାକିସ୍ତାନର ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ତି ମଙ୍ଗଳବାର ସୂଚନା ଦେଇଛନ୍ତି । ସେମାନଙ୍କ ଉପରେ ଜୋରିମାନା ଲାଗୁ କରାଯାଇଛି । ୧୯୯୫ରେ କାଶାନ ଆଇଜାଜ ଦୋଡି ନାମକ ଜଣେ ପାଇଲଟ ପିଆଇଏରେ ଯୋଗ ଦେଇଥିଲେ । ମୋହସିଲ ଅଲି ନାମକ ଜଣେ ପାଇଲଟ ୨୦୦୬ରେ ବିମାନ ସେବା ସହିତ କାଯ୍ୟ ଆରମ୍ଭ କରିଥିଲେ । ୨୦୨୨ ମସିହାରେ ଉଭୟଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ପାଇଲଟ ଏବଂ ଇଞ୍ଜିନିୟରଙ୍କ ସମେତ ୬୫୮ ଜଣ କର୍ମଚାରୀଙ୍କୁ ନକଲି ଶିକ୍ଷାଗତ ଯୋଗ୍ୟତା ଏବଂ ସନ୍ଦେହ ଜନକ ଲାଇସେନ୍ସ ସହିତ ୨୦୦୮ ରୁ ୨୦୧୮ ମଧ୍ୟରେ ନିଯୁକ୍ତି ଦେଇଛନ୍ତି ।