ଭୁବନେଶ୍ୱର: ଚିଟଫଣ୍ଡକୁ ନେଇ ମନମୋହନ ସାମଲ ବଡ ବୟାନ ରଖିଛନ୍ତି । ଚିଟଫଣ୍ଡ ଟଙ୍କା ଫେରେଇବା ନେଇ ଚିନ୍ତନ ଚାଲିଛି ବୋଲି ସେ କହିଛନ୍ତି । ଖୁବଶୀଘ୍ର ସେ ବାବଦରେ ନୀତିଗତ ନିଷ୍ପତ୍ତି ନିଆଯିବ। ରିପୋର୍ଟ ଉପସ୍ଥାପନ ନେଇ ଚିନ୍ତା କରୁଛନ୍ତି ସରକାର । ଗତକାଲି ନିଜେ ଚିଟଫଣ୍ଡ ଠକେଇର ଶିକାର ହୋଇଥିବା କହିଥିଲେ ମୁଖ୍ୟମନ୍ତ୍ରୀ । ସେହିପରି ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ କହିଥିଲେ , ମୁଁ ଚିଟଫଣ୍ଡ ଠକେଇର ଶିକାର ହୋଇଛି । ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ କହିଥିଲେ ମୁଖ୍ୟମନ୍ତ୍ରୀ । ୧୯୯୦ ଓ ୨୦୦୨ ରେ ଠକେଇର ଶିକାର ହୋଇଥିବା କହିଥିଲେ । ଗୋଟିଏ ସରକାରୀ ଏବଂ ଗୋଟିଏ ବେସରକାରୀ ସଂସ୍ଥା ଠକିଥିଲେ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ କହିଥିଲେ । ପଇସା ଯୋଗାଡ଼ କରି ଦେଇଥିଲି , ହେଲେ ପରେ ଦେଖିଲି ସେ ସଂସ୍ଥା ନାହିଁ । ରାସ୍ତା ଏତେ ଜଟିଳ ଥିଲା ଯେ , ପଇସା ମିଳିଲା ନାହିଁ । ୧୯୮୬ ଆଇନକୁ ୨୦୧୯ ରେ ସଂଶୋଧନ କରାଯାଇଛି । ମୋଦିଙ୍କ ଦିଗ ଦର୍ଶନରେ ଏହି ସବୁ ଗଳାବାଟ ବନ୍ଦ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।