28.1 C
Bhubaneswar
Sunday, March 29, 2026
Homeଓଡିଶାଉଦ୍‌ଘାଟିତ ହେଲା ଚତୁର୍ଦ୍ଦଶ ଯାଜପୁର ରାଜ୍ୟସ୍ତରୀୟ ପୁସ୍ତକ ମହୋତ୍ସବ-୨୦୨୪

ଉଦ୍‌ଘାଟିତ ହେଲା ଚତୁର୍ଦ୍ଦଶ ଯାଜପୁର ରାଜ୍ୟସ୍ତରୀୟ ପୁସ୍ତକ ମହୋତ୍ସବ-୨୦୨୪

ଯାଜପୁର: ଯାଜପୁର ସହରର କୁସୁମା ପଡିଆରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ଓ ଅନନ୍ୟା ସାହିତ୍ୟ ସଂସଦ ମିଳିତ ଆନୁକୁଲ୍ୟରେ ଉଦଘାଟିତ ହେଲା ଚତୁର୍ଦ୍ଦଶ ଯାଜପୁର ରାଜ୍ୟସ୍ତରୀୟ ପୁସ୍ତକ ମହୋତ୍ସବ-୨୦୨୪। ସଭାପତି ସନ୍ତୋଷ ନନ୍ଦ ଅଧ୍ୟକ୍ଷତାରେ ଯାଜପୁରର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା, ବିଧାୟିକା ସୁଜାତା ସାହୁ, ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ମାନ୍ୟବର ସାଂସଦ ଯୋଗଦେଇ “ପୁସ୍ତକ ମହୋତ୍ସବ ବୁଦ୍ଧିମତ୍ତାର ଆନ୍ଦୋଳନ”ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଯାଜପୁର ବିଧାୟିକା ସୁଜାତା ସାହୁ ଯୋଗଦେଇ ପୁସ୍ତକର ଆବଶ୍ୟକତା ଏବଂ ପୁସ୍ତକର ବୌଦ୍ଧିକତା କେବେ ପ୍ରାସଙ୍ଗିକତା ହରାଇ ନାହିଁ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଉଦୟ ନାରାୟଣ ପରିଡ଼ା, ଚଳଚ୍ଚିତ୍ର ପ୍ରଯୋଜକ ପ୍ରିୟରଂଜନ ମହାନ୍ତି, ବିଶିଷ୍ଟ କଣ୍ଠଶିଳ୍ପୀ କୃଷ୍ଣପ୍ରିୟା ମିଶ୍ର, ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋର୍ତିମୟୀ ମିଶ୍ର ପ୍ରମୁଖ ଯୋଗଦେଇ ପୁସ୍ତକ ମହୋତ୍ସବର ଭୂୟସୀ ପ୍ରଶଂସା କରିବା ସହିତ ଉତ୍ସବର ଉତ୍ତରୋତ୍ତର ଅଭିବୃଦ୍ଧି କାମନା କରିଥିଲେ। ପରିଶେଷ ରେ କୁନି କୁନି ପିଲା ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଏହି ରାଜ୍ୟସ୍ତରୀୟ ପୁସ୍ତକ ମହୋତ୍ସବ ରେ ୮୦ ଟି ଷ୍ଟଲ ହୋଇଥିବା ବେଳେ ଅତିଥି ମାନେ ଷ୍ଟଲ ବୁଲି ଦେଖିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking