22.1 C
Bhubaneswar
Monday, December 23, 2024
Homeଦେଶ ବିଦେଶଡୋନାଲ୍ଡ ଟ୍ରମ୍ପ ଏବଂ ପାନାମା ରାଷ୍ଟ୍ରପତି ମୁହାଁମୁହିଁ

ଡୋନାଲ୍ଡ ଟ୍ରମ୍ପ ଏବଂ ପାନାମା ରାଷ୍ଟ୍ରପତି ମୁହାଁମୁହିଁ

ନୂଆଦିଲ୍ଲୀ: ପାନାମା କେନାଲକୁ ନେଇ ଧୀରେ ଧୀରେ ବିବାଦ ବଢ଼ୁଛି । ଆମେରିକାର ନିବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାନାମାକୁ ନେଇ ବଡ଼ ବୟାନ ଦେଇଛନ୍ତି । ପାନାମା କେନାଲ ହୋଇ ଯାତାୟାତ କରୁଥିବା ଆମେରିକୀୟ ଜାହାଜ ଉପରେ ବେଆଇନ ଭାବେ ଶୁଳ୍ପ ଭିଡ଼ା ଯାଉଛି । ତେଣୁ ପୁଣି ଥରେ ଏହାକୁ ନିୟନ୍ତ୍ରଣକୁ ନେବାକୁ ପଡ଼ିବ ବୋଲି ଟ୍ରମ୍ପ କହିଛନ୍ତି । ସେପଟେ ଆମେରିକା ନବନିର୍ବାଚିତ ରାଷ୍ଟ୍ରପତିଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ପାନାମା ରାଷ୍ଟ୍ରପତି । ପାନାମା ରାଷ୍ଟ୍ରପତି ଜୋସ୍ ରାଉଲ ମୁଲିନୋ ବେଆଇନ ଶୁଳ୍କ ନେବା ଅଭିଯୋଗକୁ ଖାରଜ କରିଛନ୍ତି । ସେ କହିଛନ୍ତି, କେନାଲ ଦେଇ ଆଣ୍ଟର୍କାଟିକା ମହାସାଗରରୁ ପ୍ରଶାନ୍ତ ମହାସାଗରକୁ ଯାତାୟାତ କରୁଥିବା ସମସ୍ତ ଜାହାଜଠୁ ପୂର୍ବ ନିର୍ଦ୍ଧାରିତ ଏକ୍ସପୋର୍ଟ ଶୁଳ୍ପ ନିଆଯାଉଛି । ଏହି କେନାଲ ପୂର୍ବରୁ ପାନାମା ଥିଲା ସବୁବେଳେ ପାନାମାର ହୋଇ ରହିବ । ଡୋନାଲ୍ଡ ଟ୍ରମ୍ପ କହିଥିଲେ, ପାନାମାରେ ଆମେରିକୀୟ ନୌସେନା ଏବଂ କାରବିୟାନ ନୌସେନାକୁ ଦୁର୍ବ୍ୟବହାର କରାଯାଉଛି । କେନାଲ ପାଇଁ ନିର୍ଦ୍ଧାରିତ ଏକ୍ସପୋର୍ଟ ଶୁଳ୍ପ ହାସ୍ୟାସ୍ପଦ । ତେବେ ଏପରି ବୟାନବାଜିରୁ ନିବୃତ୍ତ ରହିବାକୁ ପାନାମା ରାଷ୍ଟ୍ରପତି କହିଛନ୍ତି । ପାନାମା କେନାଲ ପରିଚାଳନାରେ ଯଦି ବିଶ୍ବସନୀୟତା ରହୁନାହିଁ, ତେବେ କେନାଲରୁ ସମ୍ପୂର୍ଣ୍ଣ ଭାବେ ସାଧ୍ବୀନ କରାଯାଉଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking