ନୂଆଦିଲ୍ଲୀ : ଶୀତରୁ ରକ୍ଷା ପାଇବା ପାଇଁ ଦୁଇ ଜଣ ବ୍ୟକ୍ତି କାରର ବ୍ଲୋଅର ଟର୍ନ ଅନ କରି ଶୋଇପଡିଥିଲେ । ଫଳରେ ଶ୍ୱାସରୁଦ୍ଧ ହୋଇ ଉଭୟଙ୍କର ମୃତ୍ୟୁ ହୋଇଛି । ଏପରି ଘଟଣା ଉତ୍ତରପ୍ରଦେଶର ଏଟୱା ଠାରୁ ଆସିଛି । ଆଜି ସକାଳେ ଲୋକମାନେ କାରର ଗେଟ ବାଡେଇଥିଲେ । ଯାହାଫଳରେ ଗେଟଟି ଖୋଲିନଥିଲା । ସ୍ଥାନୀୟ ଲୋକମାନେ ପୋଲିସ କୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ସେମାନେ କାରକୁ ଏକ ଗ୍ୟାରେଜ କୁ ନେଇଥିଲେ । କାର ଖୋଲି ଦେଖିଲା ବେଳକୁ ବ୍ଲୋଅର ସୁଇଚ ଅନ କରି କାର ଭିତରେ ଶୋଇଥବା ଜଣାପଡିଛି । ପୋଲିସ ପରିବାରକୁ ଖବର ଦେଇ ମୃତଦେହକୁ ବ୍ୟବଛେଦ ପାଇଁ ପଠାଯାଇଛି । ଘଟଣାର ତଦନ୍ତ କରାଯାଉଛି । ପରିବାରରେ ଶୋକର ଛାୟା ଖେଳିଯାଇଛି । ଏହି ମାମଲାରେ ପୋଲିସ ଅଧ୍ୟକ୍ଷ ସତ୍ୟପାଲ ସିଂ କହିଛନ୍ତି କାରରେ ବ୍ଲୋଅର ଗ୍ୟାସ ଅନ କରି ଯୁବକ ଶୋଇଥିଲେ । ଗ୍ୟାସ ରାତିସାରା ଅନ ଥିଲା । ଗ୍ୟାସ ଯୋଗୁଁ ଶ୍ୱାସକ୍ରିୟା ରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି ।