24.1 C
Bhubaneswar
Sunday, December 22, 2024
Homeଦେଶ ବିଦେଶସୁନିତା ଓ୍ବିଲିୟମ୍ସଙ୍କ ଦରମା କେତେ ?

ସୁନିତା ଓ୍ବିଲିୟମ୍ସଙ୍କ ଦରମା କେତେ ?

ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ । ଦୀର୍ଘ ସମୟ ଧରି ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ଅଟକି ରହିଛନ୍ତି। ସୁନୀତା ୱିଲିୟମ୍ସ ମହାକାଶରେ ଅବିଶ୍ୱସନୀୟ ଭାବରେ ୩୨୨ ଦିନ ବିତାଇଛନ୍ତି । ଏବେ ପ୍ରଶ୍ନ ଆସୁଛି ଏପରି ସାହାସିକ କାମ ପାଇଁ ନାସା ତାଙ୍କୁ କେତେ ଦରମା ଦିଏ ? ସୁନୀତା ୱିଲିୟମ୍ସ ଜଣେ ଭାରତୀୟ ମହାକାଶଚାରୀ। ସେ ୧୯୯୮ରେ ନାସାର ମହାକାଶ ମିଶନ ପାଇଁ ଜଣେ ମହାକାଶଚାରୀ ଭାବରେ ମନୋନୀତ ହୋଇଥିଲେ। ସେ ଆମେରିକାର ନୌସେନାର ଜଣେ ଅବସରପ୍ରାପ୍ତ ଅଧିକାରୀ । ସେ ୫୦ ଘଣ୍ଟା, ୪୦ମିନିଟ ପାଇଁ ସ୍ପେସଓ୍ବାକ୍‌ କରିଥିବା ରେକର୍ଡଧାରୀ ମହାକାଶଚାରୀ। ନାସା ହେଉଛି ବିଶ୍ୱର ସର୍ବବୃହତ ମହାକାଶ ସଂସ୍ଥା। ନାସାରେ ସାଧାରଣ ନାଗରିକ ମହାକାଶଚାରୀଙ୍କ ଦରମା ଆମେରିକା ସରକାରଙ୍କ ଦ୍ୱାରା ର୍ନିଣ୍ଣୟ କରାଯାଏ। ବିଶେଷ ଭାବରେ ଏହା ଜିଏସ -୧୩ ରୁ ଜିଏସ-୧୫ ଗ୍ରେଡ ଦ୍ୱାରା ନିର୍ଦ୍ଧାରିତ କରାଯାଏ। ତେବେ ଏହି ଦରମା ଗ୍ରେଡେସନ ଅନୁସାରେ ସୁନୀତାଙ୍କୁ ଜିଏସ-୧୫ ପେଗ୍ରେଡ ଅନୁସାରେ ଦରମା ମିଳିଥାଏ। ତାଙ୍କୁ ବର୍ଷକୁ ୧୪ଲକ୍ଷ ୬ ହଜାର ୭୫୭ ଡଲାର ମିଳିଥାଏ। ଯାହା ଭାରତୀୟ ମୁଦ୍ରାରେ ୧ କୋଟି ୨୭ ଲକ୍ଷ ଟଙ୍କା ଅଟେ। ଏହାବ୍ୟତୀତ ମହାକାଶଚାରୀଙ୍କ ଚିକିତ୍ସା ସମ୍ବନ୍ଧୀୟ ଖର୍ଚ୍ଚକୁ ନେଇ ନାସା ବ୍ୟାପକ ସ୍ବାସ୍ଥ୍ୟ ବୀମା ଯୋଗାଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking