30.1 C
Bhubaneswar
Wednesday, March 25, 2026
Homeଓଡିଶାଚିନ୍ତାରେ ଚାଷୀ: ଅଦିନିଆ ବର୍ଷାରେ ଭିଜିଲା ପାଚିଲା ଧାନ

ଚିନ୍ତାରେ ଚାଷୀ: ଅଦିନିଆ ବର୍ଷାରେ ଭିଜିଲା ପାଚିଲା ଧାନ

ଯାଜପୁର : ପାରିବାର ପ୍ରତିପୋଷଣ ଚାଷୀ ବିଲ ରେ ସୁନା ଫଳାଇ ଥିଲା ଏ ଅଦିନିଆ ବର୍ଷା ଏବେ ବାଧକ ସାଜିଛି l ଧାନ ଅମଳ ସମୟ ରେ କଲବଲ କରୁଛି କୋହଲା ପାଗ ସାଙ୍ଗ କୁ ବର୍ଷା ପ୍ରତିକୁଳ ପାଗ ବଢ଼ାଇଛି ଚାଷୀ ଙ୍କ ଚିନ୍ତା l ଝିପି ଝିପି ବର୍ଷା ଲାଗି ରହଛି ଦୁଇ ଦିନ ଧରି ଚାଷୀ ବିଲ କୁ ଯାଇପାରୁ ନାହାନ୍ତି l ଏ ଭଳି ପରିସ୍ଥିତି ସୁଷ୍ଟି ହୋଇଚି ସମଗ୍ର ଯାଜପୁର ଜିଲ୍ଲାରେ l ଚିଲତ ବର୍ଷ ଡେରି ର ବର୍ଷା ହେଲା ଚାଷୀ ମାନେ ବେଉଷଣ କାର୍ଯ୍ୟ ତର ତର ହୋଇ କରି ଥିଲେ ସାର ଦେଇ ବିଲ ରେ ସୁନା ଫଳାଇ ଥିଲେ ଧାନ ଭଲ ହୋଇ ଥିଲା l ଚାଷୀ ମାନଙ୍କ ମନ ଖୁସି ରେ ଧାନ ବିକ୍ରି କରି ବିଭା ବ୍ରତ କରିବା ସଂଗେ ନୁଆ କଳ୍ପନା କରି ଥିଲେ କିନ୍ତୁ ଅଦିନିଆ ବର୍ଷା ଦାଉ ସାଧୁଛି l ଚାଷୀ ମାନଙ୍କ ହସ ଖୁସି ମନ ରୁ ଉଭେଇ ଦେଇଛି l ବଢାଇଛି ଚାଷୀ ମାନଙ୍କ ଚିନ୍ତା l ଠିକ୍ ଅମଳ ସମୟ ରେ ଅଦିନିଆ ବର୍ଷା ର ପାଚିଲା ଧାନ ଫସଲ ଉଜୁଡି ବାକୁ ବସୁଛି l ସମଗ୍ର ଯାଜପୁର ଜିଲ୍ଲାରେ 40ଭାଗ ଜମି ରେ ପାଚିଲା ଧାନ ଫସଲ ପଡି ରହିଛି କିଭଳି ଧାନ କୁ ଖଳା କୁ ଆଣିବେ ଚାଷୀ ମାନଙ୍କ ଚିନ୍ତା ଦୁଇ ଗୁଣୁ ବଢାଇ ଦେଇଛି l ଏହି ଅଦିନିଆ ବର୍ଷା ଭୋଝ ଉପର ନଳିତା ବିଡା ସଦୃଶ୍ୟ ହୋଇଛି l ଚାଷୀ ମାନେ ସମବାୟ ସମିତି ଜାତୀୟ କରଣ ବ୍ୟାଙ୍କ ରୁ ଋଣ ଆଣିଥିଲେ ଚାଷ କରି ଥିଲେ ବିଳମ୍ବ ରେ ବର୍ଷା ଲଗାଇ ଥିବାରୁ ଚାଷୀ ମନେ ବେଉଷଣ କରିବା ପାଇଁ ଦୁଇ ଗୁଣା ଅର୍ଥ ଖର୍ଚ୍ଚ କରି ଚାଷ କରି ଥିଲେ ବିଡମ୍ବନା ର ବିଷୟ ଅଦିନିଆ ବର୍ଷା ଚାଷୀ ଖାଇବା ମୁହଁ ରୁ ଛଡାଇବା ସଦୃଶ୍ୟ ହୋଇଛି l ଋଣ କିଭଳି ପରିଶୋଧ କରିବେ ଚାଷୀ ସମାଜ ମଧ୍ଯ ରେ ଭାଳେଣି ପଡିଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking