ଯାଜପୁର: ଯାଜପୁର ଜିଲ୍ଲାର କଳିଙ୍ଗ ନଗର ରେ ଶିଳ୍ପା ଅଂଚଳରେ ଟାଟା ଷ୍ଟିଲ ପରିଚାଳିତ ନିଳାଚଳ କାରଖାନା ର ସମ୍ପ୍ରସାରଣ ଜନ ଶୁଣାଣି କୁ ବିରୋଧ କଲେ ବିସ୍ଥାପିତ ବିଭିନ୍ନ ସଂଗଟନ l ଶୁକ୍ରବାର ଏକ ପରି ଘଟିଛି କଳିଙ୍ଗ ନଗର ଐତିହାସିକରେ ଯୋଡ଼ି ହୋଇ ଯାଇଛି l କଳିଙ୍ଗ ନଗର ରେ ପୂର୍ବରୁ ୧୦ରୁ ଉର୍ଦ୍ଧ କମ୍ପାନୀ ର ଜନଶୁଣାଣୀ ହୋଇଥିଲେ ମଧ୍ୟ ଶୁକ୍ର ବାର ନୀଳାଞ୍ଚଳ କାରଖାନା ଜନଶୁଣାଣୀ ସଭା ଆରମ୍ଭରୁ ହଟଗୋଳ ଓ ସପକ୍ଷ ବିପକ୍ଷ ମଧ୍ୟ୍ୟ ରେ କଥା କଟା କଟି ଭଳି ଅଭାବନୀୟ ପରିସ୍ଥିତି ଉପୁଜିବା କୁ ମିଳି ଥିଲା l ସ୍ଥାନୀୟ ଲୋକେ ବିରୋଧ କରିବା, ହୋ ହାଲା ଓ ଚେୟାର ଫୋଫାଡ଼ିବା ସହିତ ଟାଟା ନୀଳାଞ୍ଚଳ କମ୍ପାନୀ ହାଏ ହାଏ କହି ଜନଶୁଣାଣୀ କୁ ସ୍ଥଗିତ ରଖିବା ପାଇଁ ଉଦ୍ୟମ କରିଥିଲେ l ସୂଚନା ମୁତାବକ ଆଜି କଳିଙ୍ଗ ନଗର ଜେସିଡିଏଲ ପରିସରରେ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ଓ ପ୍ରଦୂଷଣ ଅଧିକାରୀ ମଦନ ମୋହନ ସାହୁ ଙ୍କ ଉପସ୍ଥିତି ରେ ନୀଳାଞ୍ଚଳ କମ୍ପାନୀ ର ଉତ୍ପାଦନ କ୍ଷମତା.୯୮ଏମଟିପିଏ ରୁ ୯.୫ଏମିଟିପିଏ କୁ ବୃଦ୍ଧି କରିବା ପାଇଁ ଏକ ଜନଶୁଣାଣୀ ର ଆୟୋଜନ କରାଯାଇଥିଲା. ଏଥିରେ ଉଭୟ ସପକ୍ଷ୍ୟବାଦୀ ଓ ବିପକ୍ଷ୍ୟବାଦୀ ନିଜ ନିଜ ମତ ପ୍ରକାଶ କରିଥିଲେ l ଟାଟା ପରିଚାଳନାଧୀନ ନିଳାଞ୍ଚଳ ଇସ୍ପାତ ନିଗମ ଲିମିଟେଡ଼ ଦ୍ୱାରା ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଛି. ଧୂଆଁ ଧୂଳି ରେ ଜନ ଜୀବନ ଅସ୍ତବ୍ୟସ୍ତ ହେଉଛି. ସ୍ଥାନୀୟ ନିଯୁକ୍ତି ସହ ବିସ୍ଥାପିତ ଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଣଦେଖା କରି ଅଣ ଅଡିଆ ଙ୍କୁ ପ୍ରାଧାନ୍ୟ ଦେଉଛିl ଏଭଳି ସ୍ଥଳେ ନୀଳାଞ୍ଚଳ ସମ୍ପ୍ରସାରଣ ପାଇଁ ଶୁକ୍ରବାର ଦିନ ଜନ ଶୁଣାଣିରେ ଟାଟାଷ୍ଟିଲ ଉପର ବିଷ ଉଦୁଗକ୍ଷର କରିଥିଲେ l ସ୍ଥାନୀୟ ଲୋକଙ୍କ ସହ ଦଳିତ ଆଦିବାସି ବର୍ଗ ଙ୍କୁ ନିଳାଞ୍ଚଳ ନିଯୁକ୍ତି କ୍ଷେତ୍ରରେ ଉପେକ୍ଷା କରୁଛି. ସମ୍ପ୍ରସାରଣ ହେଲେ ପରିବେଶ ପ୍ରଦୂଷିତ ହେବ ଲୋକଙ୍କ ଜୀବନ ଜିବିକା ଉପରେ ପ୍ରଭାବ ପକାଇବ କହି ବିସ୍ଥାପିତ ପରିବାର, ଦଳିତ, ଆଦିବାସି, ସିଭିଲ ସସାଇଟ ଫୋରମ ଯାଜପୁର, ପ୍ରଦୂଷଣ ବିରଧୀ ମଞ୍ଚ ପକ୍ଷରୁ ବିଶ୍ୱନାଥ ପାତ୍ର, ରଣଜିତ୍ ଜକ୍ଷମୁଣ୍ଡା ଜକ୍ଷମୁଣ୍ଡା ମୃତ୍ୟୁଞ୍ଜୟ ଦେଓ, ବାବୁଲି ପାତ୍ର ସୁଶାନ୍ତ ମଲ୍ଲିକ, ସିନି ସଏ ପ୍ରମୁଖ ଜନ ଶୁଣାରି ରେ ଘୋର ବିରୋଧ କରିଥିବା ଦେଖିବାକୁ ମିଳିଛି. ଟାଟା ନିଜ କର୍ମଚାରି ଙ୍କୁ ଲଗାଇ ଭଡାରେ ପଇସା ଦେଇ ଲୋକଙ୍କୁ ଆଣି ସମର୍ଥନ ହାତେଇବାକୁ ପ୍ରୟାସ କରିଛି. ଉକ୍ତ ଜନ ଶୁଣାଣି କୁ ଲୋକେ ତୀବ୍ର ବିରୋଧ କରି ସମ୍ପ୍ରସାରଣ ସ୍ଥଗିତ କରିବାକୁ ଦାବି କରାଯାଇଛି l କିନ୍ତୁ କମ୍ପାନୀ କୁ ବିରୋଧ କରୁଥିବା ଜନସାଧାରଣ ଙ୍କ ସଂଖ୍ୟା ଅଧିକ ରହିଥିଲା. ବିରୋଧି ଙ୍କ ମୁଖ୍ୟ ଉଦେଶ୍ୟ ରହିଥିଲା ଯେ ସ୍ଥାନୀୟ ଲୋକଙ୍କୁ ବିସ୍ଥାପିତ, ସ୍ଥାନୀୟ ଲୋକଙ୍କୁ ସ୍ଥାଇ ନିଯୁକ୍ତି, ବିସ୍ଥାପିତ ପରିବାରକୁ ସଠିକ ନ୍ୟାୟ ଦେବା, ପ୍ରଦୂଷଣ କୁ ରୋକିବା ଏହିଭଳି ଅନେକ ଯୁକ୍ତି ବାଢି ଜନଶୁଣାଣୀ କୁ ବିରୋଧ କରିଥିଲେ l ଏବଂ ଯେଉଁ ପରିଧି ଭିତରେ କମ୍ପାନୀ ତାର ସମ୍ପ୍ରସା ରଣ କରିବ ସେଇ ପଞ୍ଚାୟତ ର ଲୋକଙ୍କୁ ନ ଡାକି ଅନ୍ୟ ପଞ୍ଚାୟତ ର ଲୋକଙ୍କୁ ଡାକି ଟଙ୍କା ଦେଇ କମ୍ପାନୀ ଜନଶୁଣାଣୀ କୁ ସଫଳ କରିବା ପାଇଁ ଚେଷ୍ଟା କରୁଥିବା ବିରୋଧି ପକ୍ଷ୍ୟ କହିଥିଲେ.ଏଭଳି ଏକ ଜନଶୁଣାଣୀ କୁ ସଫଳ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା l ଦେଖିବାର ବାକି ରହିଲା ପ୍ରଶାସନ ଏଠି କମ୍ପାନୀ ସପକ୍ଷରେ ନା ସାଧାରଣ ଜନତା ଙ୍କ ସପକ୍ଷରେ ଯାଉଛି. ଟାଟା କମ୍ପାନୀ ଓ ଜିଲ୍ଲା ପ୍ରଶାସନ ର କୌଶଳ ରେ ଜନ ଶୁଣାଣି କାର୍ୟ୍ୟ ଶେଷ ହୋଇଚି କରଖନ ସମ୍ପ୍ରସାରଣ ଅପରିହାର୍ୟ୍ୟ ତାହା ସୁଚନା ମିଳିଲାଣି l










