ମୁମ୍ବାଇ:ଗତକାଲି ଅପରାହ୍ଣ ୪ଟାରେ ଏଲିଫେଣ୍ଟା ଗୁମ୍ଫା ନିକଟ ଦ୍ବୀପ ଠାରେ ଯାତ୍ରୀବାହୀ ବୋଟ୍ ଓ ନୌସେନାର ସ୍ପିଡ୍ବୋଟ୍ର ଧକ୍କା ଓ ପରବର୍ତ୍ତୀ ବିପର୍ୟ୍ୟୟର ଇତିମଧ୍ୟରେ ୨୪ ଘଣ୍ଟା ଅତିବାହିତ। କିନ୍ତୁ ଅଦ୍ୟାବଧି ନିଖୋଜ ଥିବା ଜଣେ ୭ ବର୍ଷର ବାଳକ ସମେତ ଦୁଇଜଣଙ୍କ ପତ୍ତା ମିଳୁନାହିଁ। ଅପରପକ୍ଷରେ ନୌସେନା ପକ୍ଷରୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲିର ଦୁର୍ଘଟଣାରେ ସ୍ପଟ୍ ବୋଡ୍ର ୬ ନୌସେନା କର୍ମଚାରୀଙ୍କ ସମେତ ଯାତ୍ରୀବାହୀ ବୋଟ୍ର ମୋଟ ୧୧୩ ଯାତ୍ରୀଙ୍କ ମଧ୍ୟରୁ ୧୩ଜଣଙ୍କ ମୃତ୍ୟୁଘଟିଥିଲା। ୨ ଆହତଙ୍କ ସହ ୯୮ଜଣଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଦୁଇଜଣ ନିଖୋଜ ଅଛନ୍ତି। ନିଖୋଜ ଥିବା ଦୁଇଜଣଙ୍କୁ ଚିହ୍ନଟ କରାଯାଇଛି। ନୌସେନା ମୁଖ୍ୟ ଆଡ୍ମିରାଲ୍ ଦିନେଶ କେ ତ୍ରିପାଠୀ ଆଜି ମୃତ ନୌସେନା କର୍ମଚାରୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।