28.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶ୫ ଜଣ ଜୀବନ୍ତ ଦଗ୍ଧ : ଜଳିଗଲା ୪୦ରୁ ଅଧିକ ଗାଡି

୫ ଜଣ ଜୀବନ୍ତ ଦଗ୍ଧ : ଜଳିଗଲା ୪୦ରୁ ଅଧିକ ଗାଡି

ରାଜସ୍ଥାନ : ରାଜସ୍ଥାନ ଜୟପୁର ନିକଟସ୍ଥ ଏକ  ପେଟ୍ରୋଲ ପମ୍‌ପ ନିକଟରେ  ଆଜି ଭୋରରୁ ଏକ ଦୁର୍ଘଟଣା ଘଟିଛି ।  ଏକ ଏଲପିଜି ବୋଝେଇ ଟ୍ରକ  ଓ  ଅନ୍ୟ ଏକ  ସିଏନଜି  ବୋଝେଇ ଟ୍ରକ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ପରେ ଲାଗିଛି ଭୀଷଣ ନିଆଁ। ଏହି ଅଗ୍ନିକାଣ୍ଡରେ ୫ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୪୦ରୁ ଅଧିକ ଗାଡ଼ି ଜଳି ଯାଇଛି। ଏହି ଦୁର୍ଘଟଣାରେ ପ୍ରାୟ ୧୦ରୁ ଅଧିକ ଜଣ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳ ପ୍ରାୟ ୫ଟା ୩୦ରେ ଭାନ୍‌କ୍ରୋଟାରେ ଏକ ଏଲପିଜି ବୋଝେଇ ଟ୍ରକ୍ ଓ ଅନ୍ୟ ଏକ ସିଏନଜି ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ସିଏନଜି ଟ୍ୟାଙ୍କରରେ ଜୋରଦାର ବ୍ଲାଷ୍ଟ ହେବା ସହ ଆଖପାଖରେ ଥିବା ଗାଡ଼ିଗୁଡ଼ିକ ହୁତୁହୁତୁ ହୋଇ ଜଳି ଉଠିଥିଲା। ପାଖରେ ଥିବା ଏକ ଗାଡ଼ି ଗୋଦାମରେ ନିଆଁ ଲାଗିଯିବା ଫଳରେ ସେଠାରେ ଥିବା ଗାଡ଼ିଗୁଡ଼ିକ ଆଖି ପିଛୁଳାକେ ଜଳିବାରେ ଲାଗିଛି। ଲଗାତର ଭାବେ ବ୍ଲାଷ୍ଟ ହେବାରୁ ଆଖପାଖ ଅଞ୍ଚଳରୁ ନିଆଁ ବ୍ୟାପି ଯାଇଛି। ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗି ଯାଇଥିବା ବେଳେ ଯାତ୍ରୀମାନେ ପ୍ରାଣ ବିକଳରେ ବାହାରି ନିଜ ଜୀବନ ବଞ୍ଚାଇଥିବା ଜଣାଯାଇଛି।ଏହି ଦୁର୍ଘଟଣାରେ ୪୦ରୁ ଅଧିକ ଗାଡ଼ି ଜଳି ଯାଇଥିବା ବେଳେ ଘଟଣାସ୍ଥଳରେ ୨୨ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁ ଲିଭା କାର‌୍ୟ୍ୟରେ ନିୟୋଜିତ ଅଛନ୍ତି। ଏଥିସହ ଗୁରୁତରଙ୍କୁ ହସ୍ପିଟାଲରେ ପହଞ୍ଚାଇବା ନିମନ୍ତେ ୫ଟି ଆମ୍ବୁଲାନ୍ସ ବି ପହଞ୍ଚିଛି। ଏହି ଦୁର୍ଘଟଣାରେ ଆହୁରି ବହୁ ଜଣ ଗୁରୁତର ହୋଇଥିବା ଅନୁମାନ କରାଯାଉଛି। ସେମାନଙ୍କୁ ଉଦ୍ଧାର ନିମନ୍ତେ ରେସକ୍ୟୁ ଅପରେସନକୁ ଜୋରଦାର କରାଯାଇଛି। ଏଥିରେ ଫାୟାର ଫାଇଟର୍ସ, ସିଭିଲ ଡିଫେନ୍ସ ପୁଲିସ୍ ଓ ସ୍ଥାନୀୟ ଲୋକେ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି।  ହସ୍ପିଟାଲରେ ଆହତମାନଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ପହଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏଥିସହ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking