31.1 C
Bhubaneswar
Wednesday, February 11, 2026
Homeଓଡିଶାହଷ୍ଟେଲ ବାଥରୁମରୁ ଛାତ୍ରୀଙ୍କ ମୃତଦେହ  ଉଦ୍ଧାର   

ହଷ୍ଟେଲ ବାଥରୁମରୁ ଛାତ୍ରୀଙ୍କ ମୃତଦେହ  ଉଦ୍ଧାର   

ଭବାନୀପାଟଣା : ହଷ୍ଟେଲ ବାଥରୁମରୁ  ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର  କରାଯାଇଛି । ମା ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଠାବ କରାଯାଇଛି। ମୃତ ଛାତ୍ରୀ ଜଣଙ୍କ  ରାମପୁର ବ୍ଳକ ଅନ୍ତର୍ଗତ ବିରିକୋଟ ଗାଁର ତୋଫାଲି ନାଏକ। ଛାତ୍ରୀ ଜଣଙ୍କ +୨ ପ୍ରଥମ ବର୍ଷ ପଢ଼ୁଥିଲେ। ଆଜି ସକାଳେ ଛାତ୍ରୀ ଜଣଙ୍କ ବାଥରୁମ୍ ଯାଇଥିଲେ। ହେଲେ ବିଳମ୍ବିତ ସମୟ ପର‌୍ୟ୍ୟନ୍ତ କବାଟ ଖୋଲିନଥିଲେ। କବାଟ ବାଡ଼େଇ ଛାତ୍ରୀଙ୍କୁ ଡାକିଥିଲେ। ହେଲେ ଛାତ୍ରୀର ଜଣଙ୍କ କବାଟ ଖୋଲି ନଥିଲେ। ଏନେଇ ସହପାଠୀମାନେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏସଂପର୍କରେ ପୁଲିସକୁ ଜଣାଇଥିଲେ। ପୁଲିସ ପହଞ୍ଚି ଛାତ୍ରୀଙ୍କୁ ହଷ୍ଟେଲରୁ ଉଦ୍ଧାର କରିଛି।  ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।ଏହାସହ ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ମଧ୍ୟ ଖବର ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking