17.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶବିବାହ ପରେ ବରକୁ ମାରିଦେଲା କନିଆ; ସମ୍ପର୍କୀୟ ଭାଇଙ୍କୁ ପାଉଥିଲା ଭଲ

ବିବାହ ପରେ ବରକୁ ମାରିଦେଲା କନିଆ; ସମ୍ପର୍କୀୟ ଭାଇଙ୍କୁ ପାଉଥିଲା ଭଲ

ଗାନ୍ଧୀନଗର: ଗୁଜରାଟର ଗାନ୍ଧୀନଗରରେ ଘଟିଛି ଏହି ଅଭାବନୀୟ ଘଟଣା। ବିବାହର ମାତ୍ର ୪ ଦିନ ପରେ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲା ସ୍ତ୍ରୀ। ଯୁବକଙ୍କୁ ଅପହରଣ କରି କରାଯାଇଛି ହତ୍ୟା। ସମ୍ପର୍କୀୟଭାଇକୁ ଭଲ ପାଉଥିଲା ଅଭିଯୁକ୍ତ ସ୍ତ୍ରୀ। ଭାଇ ପ୍ରେମରେ ସେ ଏତେ ପାଗଳ ଥିଲେ ଯେ ସ୍ୱାମୀଙ୍କୁ ବାଟରୁ ହଟାଇବାକୁ ପଛଘୁଞ୍ଚା ଦେଇନଥିଲେ। ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବା ବେଳେ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୃତକ ଜଣକ ଅହମ୍ମଦାବାଦର ଭାବିକ ବୋଲି ଜଣାପଡ଼ିଥିବା ବେଳେ ସେ ଗାନ୍ଧୀନଗରର ପାୟଲଙ୍କୁ ବିବାହ କରିଥିଲେ।

ଶନିବାର ଭାବିକ ତାଙ୍କ ପତ୍ନୀ ପାୟଲଙ୍କୁ ବାପଘରରୁ ନେବାକୁ ଯାଇଥିଲେ। କିନ୍ତୁ ଠିକ୍ ସମୟରେ ନ ପହଞ୍ଚିବାରୁ ପାୟଲଙ୍କ ବାପା ଭାବିକଙ୍କ ବାପାଙ୍କୁ ଫୋନ୍ କରିଥିଲେ। ଏହା ଉପରେ ଭାବିକଙ୍କ ବାପା କହିଥିଲେ ଯେ ସେ ସେଠାରୁ ବହୁ ପୂର୍ବରୁ ଚାଲିଯାଇଥିଲେ। ଏହାପରେ ପାୟଲଙ୍କ ପରିବାର ଲୋକେ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଖୋଜାଖୋଜି ବେଳେ ଭାବିକଙ୍କ ବାଇକ୍ ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବାଇକ୍ ରେ ଯାଉଥିବା ଯୁବକଙ୍କୁ ୩ ଜଣ ଅପହରଣ କରି ନେଇଥିଲେ। ସେ ବାଇକ୍କୁ ତାଙ୍କ ଏସ୍ୟୁଭିରେ ଧକ୍କା ଦେବାରୁ ଯୁବକ ଜଣକ ଖସି ପଡ଼ିଥିଲେ ଏବଂ ପରେ ତାଙ୍କୁ ଗାଡ଼ି ଭିତରକୁ ଟାଣି ନେଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ପରେ ଜାଣିବାକୁ ପାଇଥିଲା ଯେ ଭବିକଙ୍କ ବିବାହ ମାତ୍ର ୪ ଦିନ ତଳେ ହୋଇଥିଲା।

ଏହା ସେମାନଙ୍କୁ ସନ୍ଦେହଜନକ ଲାଗୁଥିଲା। ପୁଲିସ ପାୟଲଙ୍କୁ ପଚରାଉଚରା କରିବାରୁ ସେ ଚାପରେ ଏପରି ଷଡ଼ଯନ୍ତ୍ର କରିଥିବା ପ୍ରକାଶ କରିଥିଲେ। ପାୟଲ କହିଛନ୍ତି ଯେ ବିବାହ ପୂର୍ବରୁ ସେ ତାଙ୍କ ସମ୍ପର୍କୀୟ କଳ୍ପେଶଙ୍କୁ ଭଲ ପାଉଥିଲେ। କିନ୍ତୁ ତାଙ୍କ ପରିବାର ଲୋକେ ତାଙ୍କୁ ଭାବିକଙ୍କ ସହ ବିବାହ କରାଇଥିଲେ। ଏଥିରେ କ୍ରୋଧିତ ହୋଇ ପାୟଲ ତାଙ୍କ ପ୍ରେମିକ କଳ୍ପେଶଙ୍କ ସହ ମିଶି ଭାବିକଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଘଟଣା ଦିନ ପାୟଲ ଭାବିକଙ୍କୁ ଫୋନରେ ତାଙ୍କ ଲୋକେସନ ବିଷୟରେ ପଚାରିବାରୁ କଳ୍ପେଶଙ୍କୁ ଏହି ସୂଚନା ଦେଇଥିଲେ। କଳ୍ପେଶ ତାଙ୍କ ଦୁଇ ସହଯୋଗୀଙ୍କ ସହ ମିଶି ଭାବିକଙ୍କୁ ଅପହରଣ କରି ତାଙ୍କ ଏସ୍ୟୁଭିରେ ଗଳା ଚିପି ହତ୍ୟା କରିଥିଲେ। ପରେ ମୃତଦେହକୁ ନର୍ମଦା କେନାଲରେ ଫିଙ୍ଗି ଦିଆଯାଇଥିଲା। ପୁଲିସ ପାୟଲ ଓ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ପଚରାଉଚରା ବେଳେ କଳ୍ପେଶ ନିଜ ଅପରାଧ ସ୍ୱୀକାର କରିଛି। ପୁଲିସ ହତ୍ୟା, ଅପହରଣ ଓ ଷଡ଼ଯନ୍ତ୍ର ଧାରାରେ ମାମଲା ରୁଜୁ କରିଛି। ବର୍ତ୍ତମାନ ଏହି ମାମଲାର ଗଭୀର ତଦନ୍ତ ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking