23.1 C
Bhubaneswar
Sunday, March 22, 2026
Homeଓଡିଶାଗୁଳିବିନିମୟରେ ମାଓବାଦୀ ରାମଚନ୍ଦ୍ରର ମୃତ୍ୟୁ

ଗୁଳିବିନିମୟରେ ମାଓବାଦୀ ରାମଚନ୍ଦ୍ରର ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଆବୁଝମାଡ ଜଙ୍ଗଲରେ ଗତ ୧୨ ତାରିଖ ଦିନ ହୋଇଥିବା ନକ୍ସଲ ପୁଲିସ ମଧ୍ୟରେ ଗୁଳିବିନିମୟରେ ୭ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିଲା। ତେବେ ସମସ୍ତ ନକ୍ସଲଙ୍କର ଚିହ୍ନଟ ହୋଇଛି। ମୃତ ନକ୍ସଲ ମଧ୍ୟରୁ ୫ ଜଣ ପୁରୁଷ ଏବଂ ୨ ଜଣ ମହିଳା ନକ୍ସଲ ଅଟନ୍ତି। ତେବେ ଓଡ଼ିଶା ରାଜ୍ୟ କମିଟି ସଦସ୍ୟ ରାମଚନ୍ଦ୍ର ରାଓ ଓରଫ କାର୍ତ୍ତିକ ଅରଫ ଦସରୁର ମଧ୍ୟ ମୃତ୍ୟୁ ଘଟିଛି। ରାମଚନ୍ଦ୍ର ନାମରେ ସରକାର ୨୫ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ। ସେହିପରି ଏସିଏମ ରୈନୀ ଅରଫ ସର୍ମିଲା ମାଡକମ ନାମରେ ୫ ଲକ୍ଷ ଟଙ୍କା ଏବଂ ଅନ୍ୟ ସମାରି ଅୟୋମ,ଗୁଡସା କଚ୍ଚା,ରେନୁ ପୋୟାମ,କମଲେଶ ଅରଫ କୋହଲା,ସମାରୁ ଅରଫ ମୋଟୁ ନାମରେ ସରକାର ୨ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking