ନୂଆଦିଲ୍ଲୀ : ସମ୍ପତ୍ତି ପାଇଁ ଗର୍ଲଫ୍ରେଣ୍ଡ ସହ ମିଶି ଯୁବକ ଜଣକ ଏପରି କାଣ୍ଡ ଘଟାଇଛି। ଉତ୍ତର ପ୍ରଦେଶର ରାମପୁର ଗାଁରେ ଏପରି ଘଟଣା ଘଟିଛି। ପୁଲିସ୍ ଏହି ଘଟଣାରେ ହତ୍ୟାକାରୀ ପୁଅ ଧର୍ମେଶ ରାୱତ ଓ ତା’ର ଗର୍ଲଫ୍ରେଣ୍ଡ ସଂଗୀତାକୁ ଗିରଫ କରିଛି।ଗୁରୁବାର ଦିନ ୪୪ ବର୍ଷୀୟ ରାମୁ ରାୱତ ରାତ୍ର ଭୋଜନ ପରେ ନିଜ ଫସଲ ଜଗିବାକୁ ଘରୁ ବାହାରି ଯାଇଥିଲେ। କିନ୍ତୁ ଶୁକ୍ରବାର ସକାଳୁ ତାଙ୍କ ପୋଡ଼ା ମୃତଦେହ ଚାଷ ଜମିରେ ଥିବା ୩୦ ଫୁଟ ଗଭୀର ବରୱେଲ ମଧ୍ୟରୁ ମିଳିଥିଲା। ରାମୁଙ୍କୁ କେହି ପୋଡ଼ି ମାରି ଦେଇଥିବା ଅଭିଯୋଗ କରି ତାଙ୍କ ଝିଅ ଜୁଲି ପ୍ରଥମେ ପୁଲିସ୍ରେ ଅଭିଯୋଗ କରିଥିଲେ। ପୁଲିସ୍ ତଦନ୍ତ ବେଳେ ପୁଅ ଧର୍ମେଶ ସନ୍ଦେହ ଘେରକୁ ଆସିଥିଲା। ପୁଲିସ୍ ତଦନ୍ତରୁ ଜଣା ପଡ଼ିଛି ଯେ ଧର୍ମେଶ ଆଶଙ୍କା କରୁଥିଲା ଯେ ବାପା ରାମୁ ତା’କୁ ପରିବାର ମାଲିକାନାରେ ଥିବା ୨.୫ ଏକର ଚାଷ ଜମିରୁ କିଛି ବି ଦେବେ ନାହିଁ। ତେବେ ସମ୍ପତ୍ତି ହାତେଇବା ପାଇଁ ସେ ଗର୍ଲଫ୍ରେଣ୍ଡ ସଂଗୀତା ସହ ମିଶି ଷଡ଼ଯନ୍ତ୍ର କରିଥିଲା।ଏହାପରେ ସବୁ ସମ୍ପତ୍ତିକୁ ସେମାନଙ୍କ ନାଁରେ କରିବାକୁ କହିଥିଲେ। ହେଲେ ରାମୁ ମନା କରିବାରୁ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏତିକି ବେଳେ ଧର୍ମେଶ ବାପା ରାମୁଙ୍କୁ ଜମିରେ ଥିବା ବରୱେଲ ଭିତରକୁ ଠେଲି ଦେଇଥିଲା। ଏହାପରେ ନଡ଼ା ପକାଇ ତାଙ୍କୁ ବରୱେଲ ଭିତରେ ଜୀଅନ୍ତା ଜାଳି ଦେଇଥିଲା। ଏଥିରେ ସଂଗୀତା ମଧ୍ୟ ତା’କୁ ସହଯୋଗ କରିଥିଲା।










