ଭୁବନେଶ୍ୱର : ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୋଡ ଧରିଲେ ଦିବ୍ୟାଙ୍ଗ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏଭଳି ଦୃସ୍ୟ ଦେଖିବାକୁ ମିଳିଥିଲା । ନିଜ ଅଭିଯୋଗ ଜଣାଇବା ପାଇଁ ବାଲେଶ୍ୱରରୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଧାଇଁ ଆସିଛନ୍ତି ଏହି ବ୍ୟକ୍ତି । ଘରେ ଭାଇମାନେ ଚାକିରୀ କରୁଛନ୍ତି କିନ୍ତୁ ବାପା ବଞ୍ଚିଥିବା ସମୟରେ ତାଙ୍କୁ ସବୁ ସମ୍ପତ୍ତି କରାଇବା ସହିତ ଘରୁ ବାହାର କରିଦେବା ପାଇଁ କହିଛନ୍ତି । ଏବେ ୩ ବଢିଲା ଝିଅକୁ ନେଇ ପାଲଟାଣି ରହୁଥିବା ନେଇ ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ କହିବା ସମୟରେ ଛଳଛଳ ଆଖିରେ ଭାବବିହୋଳ ହୋଇପଡି ନ୍ୟାୟ ଭିକ୍ଷା କରିଛନ୍ତି ଦିବ୍ୟାଙ୍ଗ ଜଣଙ୍କ ।










