କଳାହାଣ୍ଡି: ଦୁର୍ଘଟଣାରେ ଶିଶୁ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡ଼ହଗାଁ ହାଇସ୍କୁଲ ନିକଟରେ ଗତକାଲି ସନ୍ଧ୍ୟାରେ ହାଇୱା ଧକ୍କାରେ ଶିଶୁର ମୃତ୍ୟୁ ହେଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଶିଶୁର ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ସମ୍ପର୍କୀୟ । ଯାହାକୁ ନେଇ ଉତ୍ତେଜନା ଦେଖାଦେଇଛି । ବାପା-ପୁଅ ବାଇକରେ ଯାଉଥିବା ବେଳେ ଧକ୍କା ଦେଇଥିଲା ହାଇୱା । ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ବାପାକୁ ପ୍ରଥମେ କୋକସରା ଡାକ୍ତରଖାନା ପରେ ଭବାନୀପାଟଣା ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା ।