26.1 C
Bhubaneswar
Monday, December 16, 2024
Homeଅପରାଧରେଡର ୨ ଦିନ ପୂର୍ବରୁ ବଡ ଡିଲ

ରେଡର ୨ ଦିନ ପୂର୍ବରୁ ବଡ ଡିଲ

ଭୁବନେଶ୍ୱର: ମର୍ସିଡିଜରୁ ୧୦ ଲକ୍ଷ ଟଙ୍କା ଜବତ ଘଟଣା । ବିଷ୍ଣୁପଦ ସେଠୀଙ୍କୁ ଭେଟିଥିଲେ କି ଚଞ୍ଚଲ ମୁଖାର୍ଜୀ ? ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଗତ ଅକ୍ଟୋର ୧୯ ତାରିଖରେ ଆଶ୍ରମ ସ୍କୁଲକୁ ହାଇସ୍କୁଲ ଏବଂ ହାଇସ୍କୁଲକୁ ଉଚ୍ଚପ୍ରାଥମିକ ସ୍କୁଲକୁ ଉନ୍ନୀତ କରିବା ପ୍ରସଙ୍ଗରେ ବି ଆଣ୍ଡ ଆର କମ୍ପାନୀର ସିଡିଏମ୍‌ଙ୍କୁ ଚିଠି ଲେଖିଥିଲେ ବିଷ୍ଣୁପଦ ସେଠୀ । ସ୍କୁଲର ଅପଗ୍ରେଡେସନ୍ ପ୍ରକଳ୍ପ ପାଇଁ ୩୭ କୋଟି ଟଙ୍କା ବ୍ୟୟ ଅଟକଳ ଥିଲା । ସ୍କୁଲର ଅପ୍‌ଗ୍ରେଡେସନ୍ ସହ ଲାଞ୍ଚ ମାମଲାର କିଛି ସମ୍ପର୍କ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ବ୍ରିଜ ଆଣ୍ଡ ରୁଫ କମ୍ପାନୀ ସହ ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଲିଙ୍କ ନେଇ ଆସିଲା ବଡ଼ ଖବର । ସାମ୍ନାକୁ ଆସିଲା ବ୍ରିଜ ଆଣ୍ଡ ରୁଫ କମ୍ପାନୀ ପକ୍ଷରୁ ବିଷ୍ଣୁପଦଙ୍କୁ ଭେଟିବା ପାଇଁ ଲେଖାଯାଇଥିବା ଚିଠି । ବି ଆଣ୍ଡ ଆର କମ୍ପାନୀ ଜିଏମ୍‌ ଭୁପେନ୍ଦ୍ର କୁମାର ସିଂ ବିଷ୍ଣୁପଦ ସେଠୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଚିଠି ଲେଖିଥିଲେ। ଗତ ୪ ତାରିଖରେ କମ୍ପାନୀ ପକ୍ଷରୁ ଚିଠି ଲେଖାଯାଇଥିଲା । ୭ ତାରିଖ ଦିନ ସିବିଆଇ ରେଡ୍ କରିଥିଲା । ରେଡ୍ ବେଳେ ରାସ୍ତାରୁ ଉପରୁ ଏକ ଦାମୀ ଗାଡିରୁ ମିଳିଥିଲା ୧୦ ଲକ୍ଷ ଟଙ୍କା । ଏହା ସହ ବି ଆଣ୍ଡ ଆର ଜିଜିଏମ୍‌ ଚଞ୍ଚଲ ମୁଖାର୍ଜୀ, ଆଦିତ୍ୟଦେବ ଇନ୍‌ଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ୍‌ର ଦେବଦତ୍ତ ମହାପାତ୍ର ଓ ପେଣ୍ଟାଏ ଷ୍ଟୁଡିଓର ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କୁ ସିବିଆଇ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking