16.1 C
Bhubaneswar
Monday, January 6, 2025
Homeଓଡିଶାଶୀତଦିନେ ଲେମ୍ବୁ ପାଣିର ଫାଇଦା ଜାଣନ୍ତୁ ..

ଶୀତଦିନେ ଲେମ୍ବୁ ପାଣିର ଫାଇଦା ଜାଣନ୍ତୁ ..

ଭୁବନେଶ୍ୱର : ଲେମ୍ବୁ ପାଣି  ପିଇଲେ ସ୍ୱାସ୍ଥ୍ୟର ଉପକାର ହୋଇଥାଏ । ଶୀତଦିନେ ଆପଣ  ନିଶ୍ଚିତ ଭାବରେ ଏହାକୁ ଆପଣଙ୍କ  ଖାଦ୍ୟର ଏକ ଅଂଶ  କରିବା ଉଚିଚ । ଲେମ୍ବୁରେ ଭିଟାମିନ ସି  ପ୍ରଚୁର ପରିମାଣରେ ମିଳିଥାଏ ।  ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।  ଯେଉଁଥିପାଇଁ ଆମେ ରୋଗରୁ  ରକ୍ଷା ପାଇଥାଉ । ସକାଳେ ଲେମ୍ବୁ ସହିତ ମିଶ୍ରିତ ଉଷୁମ ପାଣି ପିଇବା  ମଧ୍ୟ  ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ବିଷେଶଜ୍ଞଙ୍କ ଅନୁଯାୟୀ  ଲେମ୍ବୁ ଏବଂ  ଉଷୁମ ପାଣି ଖାଇବା ଦ୍ୱାରା ଶରୀରର ଶକ୍ତି ବଜାୟ ରହିଥାଏ । ଲେମ୍ବୁ ପାଣି ଆମ ଚର୍ମର ସ୍ୱାସ୍ଥ୍ୟ  ପାଇଁ ମଧ୍ୟ ଲାଭଦାୟକ ଅଟେ ।  ଏହା ଚର୍ମର ଶୁଷ୍କତାକୁ ହ୍ରାସ କରିଥାଏ । ଲେମ୍ବୁ ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ । କୋଷ୍ଠକାଠିନ୍ୟ  ଭଳି ସମସ୍ୟାକୁ ହ୍ରାସ କରେ । ଥଣ୍ଡା ଏବଂ କାଶରେ ପୀଡିତ  ଲୋକଙ୍କ  ପାଇଁ ଲେମ୍ବୁ ପାଣି ମଧ୍ୟ ଲାଭଦାୟକ ଅଟେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking