27.1 C
Bhubaneswar
Saturday, December 6, 2025
Homeଓଡିଶାଜଟିଳ ରୋଗରେ ପୀଡ଼ିତ ରୋଗୀଙ୍କୁ ସୁସ୍ଥ କରିବା ନିମନ୍ତେ ଫିଜିଓଥେରାପି ଏକ ବଡ଼ ମାଧ୍ୟମ: ବିଶେଷଜ୍ଞ

ଜଟିଳ ରୋଗରେ ପୀଡ଼ିତ ରୋଗୀଙ୍କୁ ସୁସ୍ଥ କରିବା ନିମନ୍ତେ ଫିଜିଓଥେରାପି ଏକ ବଡ଼ ମାଧ୍ୟମ: ବିଶେଷଜ୍ଞ

ସୋଆରେ ଆନ୍ତର୍ଜାତିକ ଫିଜିଓଥେରାପି ସମ୍ମିଳନୀ ଉଦ୍‌ଘାଟିତ
ଭୁବନେଶ୍ୱର, : ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ କେବଳ ଔଷଧ ବା ଅସ୍ତ୍ରୋପଚାର ନୁହେଁ ଫିଜିଓଥେରାପି ସେମାନଙ୍କୁ ସୁସ୍ଥ କରିବା ନିମନ୍ତେ ଏକ ବଡ଼ ମାଧ୍ୟମ ବୋଲି କହିଛନ୍ତି ଓଡ଼ିଶାର ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂର ଅତିରିକ୍ତ ନିର୍ଦ୍ଦେଶକ ପ୍ରଫେସର (ଡାକ୍ତର) ବ୍ରଜକିଶୋର ଦାସ ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗ, ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଫିଜିଓଥେରାପି (ଆଇଏପି) ଉତ୍କଳ ଶାଖା ଏବଂ ଆଇଏପିର ମହିଳା ଶାଖା ପକ୍ଷରୁ ଆୟୋଜିତ ଆନ୍ତର୍ଜାତିକ ଫିଜିଓଥେରାପି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ପ୍ରଫେସର ଦାସ ।
ଡାକ୍ତରୀ ଛାତ୍ରଛାତ୍ରୀମାନେ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଫିଜିଓଥେରାପିର ଗୁରୁତ୍ୱ ଉପଲବ୍ଧ କରିବା ଉଚିତ୍ ବୋଲି ସେ କହିଛନ୍ତି ।
ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର ଯୋଗ ଦେଇ ସମ୍ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗ ରୋଗୀ ସେବା କ୍ଷେତ୍ରରେ ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରୁଛି ବୋଲି କହିଥିଲେ ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ସମ୍ ହସ୍ପିଟାଲ୍‌ରେ ପ୍ରାୟ ୨୫୦ ଆଇସିୟୁ ଶଯ୍ୟା ରହିଥିବା ବେଳେ ଅନେକ ହୃଦରୋଗ ଓ ଜଟିଳ ସମସ୍ୟା ଥିବା ରୋଗୀଙ୍କୁ ସୁସ୍ଥ କରିବାରେ ସହାୟକ ହେଉଛି ଫିଜିଓଥେରାପି । ରୋଗୀଙ୍କ ଶରୀରକୁ କୌଣସି ରାସାୟନିକ ଦ୍ରବ୍ୟ ନ ଯାଇ ପ୍ରାକୃତିକ ଉପାୟରେ ସେମାନଙ୍କୁ ସୁସ୍ଥ କରୁଛନ୍ତି ଫିଜିଓଥେରାପିଷ୍ଟ । ତେଣୁ ସେମାନଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଫିଜିଓଥେରାପିର ଜାତୀୟ ସଭାପତି ଡକ୍ଟର ସଞ୍ଜୀବ୍ ଝା ଓ କୋଷାଧ୍ୟକ୍ଷ ତଥା ଆଇଏପି ମହିଳା ଶାଖାର ସଭାନେତ୍ରୀ ଡକ୍ଟର ରୁଚି ଭାର୍ସନେ ଉପସ୍ଥିତ ରହି ଫିଜିଓଥେରାପିଷ୍ଟଙ୍କର କାର୍ଯ୍ୟଧାରା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହି ଅବସରରେ ଏହି ସମ୍ମିଳନୀର ଅଧ୍ୟକ୍ଷା ତଥା ସମ୍ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ସ୍ତିତିପ୍ରଜ୍ଞା ଦଳବେହେରା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଗର୍ଭାବସ୍ଥା ରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ସମସ୍ତଙ୍କ କ୍ଷେତ୍ରରେ ଫିଜିଓଥେରାପିର ଆବଶ୍ୟକତା ରହୁଛି ବୋଲି କହିଥିଲେ । ଶରୀରରେ ନ୍ୟୁରୋଲୋଜି ଓ ଅର୍ଥୋପେଡିକ୍ ସମସ୍ୟାଜନିତ ଯନ୍ତ୍ରଣା ହେଲେ ଫିଜିଓଥେରାପି ହିଁ ଉତମ ମାଧ୍ୟମ ରୂପେ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମ ଶେଷରେ ଆଇଏପି ଉତ୍କଳ ଶାଖାର ସମ୍ପାଦକ ଭୁବନାନନ୍ଦ ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking