27.1 C
Bhubaneswar
Saturday, December 6, 2025
Homeଓଡିଶାକାରକୁ ପିଟିଲା ମୋ ବସ

କାରକୁ ପିଟିଲା ମୋ ବସ

ଭଦ୍ରକ: କାର୍‌କୁ ପିଟିଲା ମୋ ବସ୍‌ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଏପିରିକି ଲୋକେ ବସ୍‌ର କାଚ ଭାଙ୍ଗିଦେଇଥିବା ସୂଚନା ମିଳିଛି । ଭଦ୍ରକ ଜିଲ୍ଲା ଧାମନଗର ଥାନା ରାଧାବଲ୍ଲଭପୁର ପଞ୍ଚାୟତ ବନ୍ଧଟିଆ ହାଇସ୍କୁଲ ପାଖରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁଯାୟୀ, ଏକ କଳାରଙ୍ଗର କାର ସହିତ ମୋ ବସ୍‌ ଘଷି ହୋଇଯାଇଥିଲେ । ଯାହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଦେଖୁ ଦେଖୁ ବିବାଦ ବଢିଯାଇଥିଲା । ଆଉ ସ୍ଥାନୀୟ ଲୋକେ ମୋ ବସ୍‌ର କାଚ ଭାଙ୍ଗି ଦେବା ସହ ବସ୍‌କୁ ଅଟକ ରଖିଛନ୍ତି । ଅନେକ ସମୟ ଧରି ବସ୍‌ ଅଟକିବା ଲାଗି ଅନେକ ଯାତ୍ରୀ ହଇରାଣ ହୋଇଥିଲେ । ସେପଟେ ଖବର ପାଇ ଧାମନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷରୁ ଥାନାକୁ ନେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking