35.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶଶାହାଙ୍କୁ ଚିଠି ଲେଖିଲେ କେଜ୍ରିୱାଲ୍‌

ଶାହାଙ୍କୁ ଚିଠି ଲେଖିଲେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି (ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିକଟକୁ ଏକ ଚିଠି ଲେଖି ଜାତୀୟ ରାଜଧାନୀରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ତୁରନ୍ତ ଆଲୋଚନା କରିବାକୁ କହିଛନ୍ତି। ଅପରାଧ ପରିସଂଖ୍ୟାନକୁ ଦର୍ଶାଇ କେଜ୍ରିୱାଲ ଦାବି କରିଛନ୍ତି ଯେ ଦିଲ୍ଲୀ ଧୀରେ ଧୀରେ ଭାରତ ତଥା ବିଦେଶରେ ‘ଅପରାଧର ରାଜଧାନୀ’ ଭାବରେ ପରିଚିତ ହେଉଛି। କେଜ୍ରିୱାଲଙ୍କ ଚିଠିରେ ଆହୁରି ଉଲ୍ଲେଖ କରାଯାଇଛି ଯେ ଭାରତର ୧୯ ଟି ମେଟ୍ରୋ ସହର ମଧ୍ୟରେ ମହିଳାଙ୍କ ବିରୋଧରେ ହୋଇଥିବା ଅପରାଧରେ ଦିଲ୍ଲୀ ଏକ ନମ୍ବର ସ୍ଥାନରେ ରହିଛି, ହତ୍ୟା ମାମଲାରେ ମଧ୍ୟ ଦିଲ୍ଲୀ ଏକ ନମ୍ବର ସ୍ଥାନରେ ରହିଛି। ସ୍କୁଲ, ବିମାନବନ୍ଦର ଏବଂ ମଲରେ ବୋମା ଧମକ ବାରମ୍ବାର ଘଟୁଥିବା ବେଳେ ଅପରାଧର ମାତ୍ରା ୩୫୦ ପ୍ରତିଶତ ବୃଦ୍ଧି ପାଇଛି। ଯେତେବେଳେ ନିଜ ସ୍କୁଲ୍‌କୁ ବୋମା ଧମକ ମିଳେ ଏକ ଶିଶୁ କ’ଣ ଦେଇ ଗତି କରୁଥିବା ତାହା କଳ୍ପନା କରନ୍ତୁ। ‌ବାରମ୍ବାର ଶିଶୁମାନଙ୍କୁ ଭୟଭୀତ କରାଯାଉଛି, ସ୍କୁଲ୍‌ରୁ ଘରକୁ ପଠା ଯାଉଛି। ଥରେ ଚିନ୍ତା କରନ୍ତୁ ସେ ଶିଶୁ ଓ ଅଭିଭାବକଙ୍କ ବିଷୟରେ। ସେମାନେ ଏକ ଭୟଭୀତରେ ଦିନ କାଟୁଛନ୍ତି ବୋଲି କେଜ୍ରିୱାଲ୍‌ ଉଲ୍ଲେଖ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking