25.1 C
Bhubaneswar
Saturday, December 14, 2024
Homeଦେଶ ବିଦେଶଭାରତୀୟ ବାୟୁସେନାର ୧୨ ସୁପର ସୁଖୋଇ ଚୁକ୍ତି ସ୍ୱାକ୍ଷର

ଭାରତୀୟ ବାୟୁସେନାର ୧୨ ସୁପର ସୁଖୋଇ ଚୁକ୍ତି ସ୍ୱାକ୍ଷର

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଶକ୍ତି ଏବେ ବଢ଼ିବାକୁ ଯାଉଛି । ଏୟାରଫୋର୍ସକୁ ମିଳିବ ୧୨ ସୁପର ସୁଖୋଇ । ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ସହିତ ୧୩,୫୦୦ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଛି । ଏହି ୧୨ ଏସୟୁ -୩୦ ଏମକେଆଇକୁ ସ୍ୱଦେଶୀ ଜ୍ଞାନକୌଶଳ ସହିତ ଉନ୍ନତ କରାଯିବ । ଅର୍ଥାତ୍ ଏଥିରେ ଭୟଙ୍କର ଷ୍ଟେଲଥ୍ ଟେକ୍ନୋଲୋଜି, ଏଇଏସଏ ରାଡାର, ମିଶନ୍ କମ୍ପ୍ୟୁଟର, ଇଲେକ୍ଟ୍ରୋନିକ୍ ୱାରଫେୟାର୍ ସୁଟ୍, କକପିଟ୍ ଲେଆଉଟ୍ ଏବଂ ଅସ୍ତ୍ର ସିଷ୍ଟମ୍ ପରିବର୍ତ୍ତନ ହେବାକୁ ଯାଉଛି । ଏହି ନୂତନ ଯୁଦ୍ଧ ବିମାନରେ ୬୨ ପ୍ରତିଶତ ଉପାଦାନ ସ୍ୱଦେଶୀ ହେବ, ଯେଉଁ କାରଣରୁ ସ୍ୱଦେଶୀ ପ୍ରତିରକ୍ଷା ଶିଳ୍ପକୁ ପ୍ରୋତ୍ସାହନ ମିଳିବ । ହଲର ନାସିକ ପ୍ଲାଣ୍ଟ ଏହି କାମ କରିବ । ବାୟୁସେନାର ୮୪ଟି ଏସୟୁ -୩୦ ଏମକେଆଇକୁ ସୁପର ସୁଖୋଇରେ ପରିଣତ କରିବା ପାଇଁ ଏହା ହେଉଛି ପ୍ରଥମ ପର୍ଯ୍ୟାୟ । ଫାଇଟର୍ ଜେଟଗୁଡ଼ିକୁ ସମ୍ପୂର୍ଣ୍ଣ ନୂତନ ଯୁଦ୍ଧ ମାହୋଲ ପାଇଁ ପ୍ରସ୍ତୁତ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking