27.1 C
Bhubaneswar
Thursday, April 30, 2026
Homeଓଡିଶାରାଜ୍ୟରେ ଶୀତ ପ୍ରକୋପ: ଆଗକୁ ଆହୁରି ବଢ଼ିବ

ରାଜ୍ୟରେ ଶୀତ ପ୍ରକୋପ: ଆଗକୁ ଆହୁରି ବଢ଼ିବ

ଭୁବନେଶ୍ୱର: ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଛି । ରାଉରକେଲାରେ ରାତି ତାପମାତ୍ରା ୮.୪ ଡିଗ୍ରୀ ସେଲସିୟସ୍‌କୁ ଖସିଛି । ୨୬ଟି ସହରରେ ୧୫ ଡିଗ୍ରୀ ତଳେ ରହିଛି ପାରଦ । ଆଗକୁ ଶୀତ ଆହୁରି ବଢ଼ିବ । ୧୬ ତାରିଖ ବେଳକୁ ରାଉରକେଲାରେ ତାପମାତ୍ରା ୭ ଡିଗ୍ରୀକୁ ଖସିଯିବ । ଅନେକ ସ୍ଥାନରେ ପାରଦ୧୦ ଡିଗ୍ରୀ ତଳେ ଥିବ । ଏମିତି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗତକାଲି ରାଉରକେଲାର ରାତି ତାପମାତ୍ରା ୮ ଡିଗ୍ରୀ ଥିଲା । ୧୫ ତାରିଖରେ ରାଉରକେଲାରେ ୭ ଡିଗ୍ରୀକୁ ଖସିବ ପାରଦ। ୧୬ ତାରିଖରେ ବି ଜାଡ଼ରେ ଥରିବ ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳ। ଝାରସୁଗୁଡ଼ା, ବୌଦ୍ଧ, ଫୁଲବାଣୀ ଓ କେନ୍ଦୁଝରରେ ୯ ଡିଗ୍ରୀ, ସୁନ୍ଦରଗଡ଼, ଭବାନୀପାଟଣା, କୋରାପୁଟ, ଢେଙ୍କାନାଳ ଓ ବାରିପଦାରେ ୧୦ ଡିଗ୍ରୀ, ବଲାଙ୍ଗୀରରେ ରାତି ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ୍‌ ରହିବା ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଝାରସୁଗୁଡ଼ାରେ ତାପମାତ୍ରା ୯.୮ ଡିଗ୍ରୀ, ଫୁଲବାଣୀରେ ୧୦ ଡିଗ୍ରୀ, ବୌଦ୍ଧରେ ୧୦.୪, ଅନୁଗୁଳ ଓ କେନ୍ଦୁଝରରେ ୧୦.୬, ଦାରିଙ୍ଗିବାଡ଼ିରେ ୧୧ ଡିଗ୍ରୀ ଓ ଭବାନୀପାଟଣା ଓ ସୁନ୍ଦରଗଡ଼ରେ ୧୧.୨ ଡିଗ୍ରୀ ରହିବା ଯୋଗୁ ପ୍ରବଳ ଶୀତ ଅନୁଭୂତ ହୋଇଛି । ୨୬ଟି ସହର ୧୫ ଡିଗ୍ରୀ ତଳକୁ ଖସି ଆସିଛି । ୧୬ ତାରିଖ ଯାଏ ରାଜ୍ୟରେ ଏଭଳି ଶୀତ ଲାଗି ରହିବ । ଉତ୍ତର ଓଡ଼ିଶାରେ ଶୀତ ଆହୁରି ବଢ଼ିପାରେ। କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଅଧ ଡିଗ୍ରୀରୁ ଏକ ଡିଗ୍ରୀ ଯାଏ କମିବ। ୧୫ ତାରିଖରୁ ଉତ୍ତର-ପଶ୍ଚିମ ଭାରତରୁ ଓଡ଼ିଶାକୁ ପଶ୍ଚିମା ବାୟୁ ପ୍ରବାହ ହେବ। ସେହିଭଳି ୧୬ ତାରିଖରେ ତାମିଲନାଡୁ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ୧୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking