ନୂଆଦିଲ୍ଲୀ : ହାଇକୋର୍ଟରୁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ । ଅଲ୍ଲୁ ଅର୍ଜୁନ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା ତଳ କୋର୍ଟ । ଅଲ୍ଲୁ ଅର୍ଜୁନଙ୍କୁ ଗିରଫ ପରେ ଜାମିନ ଆବେଦନ ପାଇଁ ହାଇକୋର୍ଟ ଯାଇଥିଲେ । ଜରୁରୀ ଶୁଣାଣି ପାଇଁ ହାଇକୋର୍ଟର ଆବେଦନ କରାଯାଇଥିଲା । ତେଲେଙ୍ଗାନା ହାଇକୋର୍ଟରେ ଆବେଦନ କରାଯାଇଥିଲା । ହ୍ରାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲକୁ ଯାଇଥିଲେ ଅଲ୍ଲୁ ଅର୍ଜୁନ । ଅଲ୍ଲୁ ଅର୍ଜୁନଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ହସ୍ପିଟାଲ ନିଆଗଲା । ସୂଚନା ଅନୁସାରେ ସନ୍ଧ୍ୟା ଥିଏଟରରେ ପୁଷ୍ପା ୨ ସ୍କ୍ରିନିଂ ସମୟରେ ହୋଇଥିବା ଦଳା ଚକଟା ପାଇଁ ହାଇଦ୍ରାବାଦ ପୋଲିସ ଗିରଫ କରିଛି । ଦଳା ଚକଟାରେ ମହିଳାଙ୍କ ମୃତ୍ୟୁ ମାମଲାରେ ଗିରଫ କରାଯାଇଥିଲା । ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୮ ବର୍ଷର ପୁଅ ଗଭୀର ଭାବରେ ଆହତ ହୋଇଥିଲେ । ପୂର୍ୱରୁ ଅଲ୍ଲୁ ଅର୍ଜୁନ ଆର୍ଥିକ ସହାୟତା ମଧ୍ୟ ଘୋଷଣା କରିଥିଲେ । ବିଏନଏସସେକ୍ସନ ୧୦୫ ଅଧିନରେ ଏବଂ ୧୧୮ (୧) ଆରଡବ୍ଲୁ ୩, ୫ ଅଧିନରେ ମାମଲା ଦାୟର ହୋଇଥିବା ନେଇ ସୂଚନା ଦେଇଛନ୍ତି ସେଣ୍ଟ୍ରାଲ ଜୋନର ଡିସିପି ହାଇଦ୍ରାବାଦ ପୋଲିସର ଆକାକ୍ଷୀଂ ଯାଦବ । ଜାତୀୟ ଗଣ ମାଧମକୁ ସେ ସୂଚନା ଦେଇଛନ୍ତି ଯେ ମାମଲା ଦାୟର କରାଯାଇଥିଲା ।










