27.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶନିର୍ବାଚନ ପୂର୍ବରୁ ଆପର ବଡ ଘୋଷଣା

ନିର୍ବାଚନ ପୂର୍ବରୁ ଆପର ବଡ ଘୋଷଣା

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାବିନେଟ୍‌ରେ ପାରିତ ହୋଇଛି ମହିଳା ସମ୍ମାନ ଯୋଜନା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଏବଂ ଦଳ ସୁପ୍ରିମୋ ଅରବିନ୍ଦ କେଜରିଓ୍ବାଲ ଯୋଜନାର ଘୋଷଣା କରିଛନ୍ତି। ଯୋଜନା ଅନୁଯାୟୀ, ମହିଳାଙ୍କୁ ମାସିକ ୧୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ୨୦୨୪ ବଜେଟରେ ଏହି ଯୋଜନାର ଘୋଷଣା କରିଥିଲେ। ୧୮ରୁ ୬୦ ବର୍ଷ ବୟସର ମହିଳାଙ୍କୁ ଏହି ଯୋଜନାରେ ଫାଇଦା ମିଳିବ। ତେବେ ଏହି ଯୋଜନାର ଲାଭାର୍ଥୀଙ୍କ ସଂଖ୍ୟା ପ୍ରାୟ ୩୮ ଲକ୍ଷ ରହିଥିବାବେଳେ ଶୁକ୍ରବାର ଠାରୁ ଏହାର ପଞ୍ଜିକରଣ ଆରମ୍ଭ ହେବ। ଏହି ଯୋଜନାର ଘୋଷଣା କରିବା ସହ କେଜରିଓ୍ବାଲ କହିଛନ୍ତି, ଏହି ଯୋଜନା ଦିଲ୍ଲୀରେ ଲାଗୁ ହୋଇସାରିଛି। ଯେଉଁ ମହିଳାମାନେ ଏଥିପାଇଁ ଆବେଦନ କରିବେ। ରେଜିଷ୍ଟ୍ରେସନ ପରେ ଟଙ୍କା ସେମାନଙ୍କ ଆକାଉଣ୍ଟକୁ ଆସିଯିବ। ଏହି ଅବସରରେ ସେ ଅନ୍ୟ ବଡ଼ ଘୋଷଣା ମଧ୍ୟ କରିଛନ୍ତି। ତାହା ହେଉଛି ଯଦି ଦିଲ୍ଲୀରେ ପୁଣି ଥରେ ଆପ୍‌ ସରକାର ଶାସନକୁ ଆସେ ତେବେ ମହିଳାଙ୍କୁ ପ୍ରତି ମାସରେ ୨୧୦୦ ଟଙ୍କା ଦିଆଯିବ। କେଜରିଓ୍ବାଲ କହିଛନ୍ତି କିଛି ମହିଳା ତାଙ୍କ ପାଖକୁ ଆସି କହିଥିଲେ ଦରଦାମ ବଢ଼ୁଛି, ୧୦୦୦ ଟଙ୍କା ଯଥେଷ୍ଟ ନୁହେଁ, ଏଥିପାଇଁ ସେ ଏହାକୁ ବଢ଼ାଇ ୨୧୦୦ ଟଙ୍କା କରିବା ନେଇ ଘୋଷଣା କରିଛନ୍ତି। ଏହି ଟଙ୍କା ସେହି ମହିଳାଙ୍କୁ ମିଳିବ ଯେଉଁମାନେ କରଦାତା କିମ୍ବା ଅନ୍ୟ କୌଣସି ସରକାରୀ ସ୍କିମରେ ପେନସନ ପାଉନଥିବେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking