18.1 C
Bhubaneswar
Thursday, December 25, 2025
Homeଦେଶ ବିଦେଶସଡ଼କ ଦୁର୍ଘଟଣା: ୪ ମୃତ

ସଡ଼କ ଦୁର୍ଘଟଣା: ୪ ମୃତ

ମହାରାଷ୍ଟ୍ର: ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ମୃତ । ସୂଚନା ଅନୁଯାଇ, ଆଜିମ ପଶାମିୟା ଶୈଖ ନାମକ ଷ୍ଟେଟ୍ ରିଜର୍ଭ ପୋଲିସ ଫୋର୍ସ ଚାକିରି ପାଇଁ ମନୋନିତ ହୋଇଥିଲେ । ଏହି ଖୁସିରେ ପାର୍ଟି କରିବା ପାଇଁ ସେ ଓ ତାଙ୍କର ସାଙ୍ଗମାନଙ୍କ ସହ ମିଶି ଯାଇଥିଲେ। ହେଲେ ଫେରିବାବେଳେ ସେମାନଙ୍କ କାର ଏକ ଟ୍ରକକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୩ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ଅନ୍ୟ ଦୁଇ ସାଙ୍ଗ ଆଜିମ ପଶାମିୟା ଶୈଖ ଓ ମୁବାରକ ସତ୍ତର ଶୈଖଙ୍କ ଅବସ୍ଥା ଏବେ ବି ଗୁରୁତର ଅଛି । ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ପୋଲିସ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking