27.1 C
Bhubaneswar
Wednesday, March 25, 2026
Homeଓଡିଶା୧୭ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ

୧୭ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ

ଭୁବନେଶ୍ବର: ଚଳିତ ମାସ ୧୭ ତାରିଖ ଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ। ଏହି ମରାମତି କାମ ସରିବା ପର୍ଯ୍ୟନ୍ତ ଦ୍ବିତୀୟ ଭୋଗ ମଣ୍ଡପ ପରଠାରୁ ଅର୍ଥାତ ଅପରାହ୍‌ଣ ୧ଟା ପରେ ସନ୍ଧ୍ୟା ୫/୬ଟା ଯାଏଁ ଜାରି ରହିବ। ମହାପ୍ରଭୁଙ୍କ ରତ୍ନଭଣ୍ଡାର ମରାମତି ନେଇ ମଙ୍ଗଳବାର ସନ୍ଧ୍ୟାରେ ଛତିଶାନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ପ୍ରଦାନ କରିଛନ୍ତି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, ଦ୍ବିତୀୟ ଭୋଗ ମଣ୍ଡପ ପରେ ମରାମତି କାମ ହେବ। ଦିନ ଗୋଟିଏରୁ ସନ୍ଧ୍ୟା ୫/୬ଟା ପର୍ଯ୍ୟନ୍ତ ଏହି କାମ ଜାରି ରହିବ। ଶନିବାର, ରବିବାର ସମେତ ସ୍ବତନ୍ତ୍ର ଦିନଗୁଡ଼ି‌କରେ ମରାମତି କାମ ବନ୍ଦ ରହିବ। ସେହିପରି ମରାମତି କାମ ସରିବା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିବେ। ରାତି ୧୧ଟା ୩୦ରେ ପହୁଡ଼ ପଡ଼ିବ ଏବଂ ‌ରାତି ୨ଟା ପରେ ଦ୍ବାରଫିଟା ନୀତି କରାଯିବ। ଏଥି ସହିତ ଆଗାମୀ ୩ ମାସ ସୁଦ୍ଧା ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଶେଷ କରାଯିବା ପାଇଁ ଏଏସ୍‌ଆଇ ପକ୍ଷରୁ କୁହାଯାଇଛି।

ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ମରାମତି କାମ କରାଯିବ। ମରାମତି କାମ ଶେଷ ହେଲା ପରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତରିତ ହୋଇ ଗଣତିମଣତି କରାଯିବ। ସୂଚନାଯୋଗ୍ୟ ଯେ ଜୁଲାଇ ୧୪ ଓ ୧୮ ତାରିଖରେ ରତ୍ନଭଣ୍ଡାରରୁ ରତ୍ନ ଅଳଙ୍କାର ସ୍ଥାନାନ୍ତରିତ ହୋଇଥିଲା। ଅଗଷ୍ଟ ୨୩ରେ ଖାଲି ସିନ୍ଦୁକକୁ ଭଣ୍ଡାରରୁ ନୀଳାଦ୍ରି ମ୍ୟୁଜିୟମକୁ ସ୍ଥାନାନ୍ତର କରାଯାଇଥିଲା। ସେପ୍ଟେମ୍ବର ୨୧ ଓ ୨୨ରେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିଥିଲା ଏଏସଆଇର ବୈଷୟିକ ଟିମ୍‌। କିଛିଦିନ ତଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ କୁହାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking