15.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ ହେବ ଆକ୍ସନ: ଏଲ୍‌ଜି

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ ହେବ ଆକ୍ସନ: ଏଲ୍‌ଜି

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ କମିଶରନଙ୍କୁ ଏଲଜି ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ମାସ ଯାଏ ସ୍ୱତନ୍ତ୍ର ଅଭିଯାନ ଚଲାଇବାକୁ ଯୋଜନା ରଖାଯାଇଛି । ଏହା ଅଧିନରେରେ ବେଆଇନ ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଆଯିବ । ଉପ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ମୁସଲିମ ସମୁଦାୟଙ୍କ ଦାବିକୁ ଦେଖି ଦୁଇ ମାସର ଏକ ସ୍ୱତନ୍ତ୍ର ଅଭିଯାନ ଚଲାଇବା ପାଇଁ ଉପରାଜ୍ୟପାଳ ଭିକେ ସକ୍ସେନା ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ, ଅଭିଯାନର ଅଗ୍ରଗତି ନେଇ ସବୁ ସପ୍ତାହରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ପଦକ୍ଷେପ ରାଜଧାନୀରେ ଅନୁପ୍ରବେଶକାରୀଙ୍କୁ ବଢୁଥିବା ପ୍ରଭାବ ଏବଂ ସୁରକ୍ଷା ଚିନ୍ତାକୁ ଧ୍ୟାନରେ ନିଆଯାଇଛି । ଶନିବାର ଦରଗାହ ହଜରତ ନିଜାମୁଦ୍ଦିନ ଏବଂ ହଜରତ ନିଜାମୁଦ୍ଦିନ ଉଲେମା ଏବଂ ମୁସଲିମ୍ ନେତାଙ୍କ ପ୍ରତିନିଧିମଣ୍ଡଲ ଦ୍ୱାରା ଉପରାଜ୍ୟପାଳଙ୍କୁ ଦାବି ପତ୍ର ଦିଆଯାଇଥିଲା । ପ୍ରତିନିଧି ମଣ୍ଡଳ ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟ ସଂଖ୍ୟାଲଘୁ ସମୁଦାୟ ଉପରେ ହେଉଥିବା ଆତ୍ୟାଚାର ଉପରେ ଗଭୀର ଚିନ୍ତା ବ୍ୟକ୍ତ କରିଥିଲେ । ଏହାସହ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking