17.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶପଶ୍ଚିମବଙ୍ଗରେ ବାବ୍ରି ମସଜିଦ୍ ନିର୍ମାଣ କରିବୁ: ହୁମାୟୁନ କବୀର

ପଶ୍ଚିମବଙ୍ଗରେ ବାବ୍ରି ମସଜିଦ୍ ନିର୍ମାଣ କରିବୁ: ହୁମାୟୁନ କବୀର

କୋଲକାତା: ବିବାଦୀୟ ବୟାନବାଜି କରି ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ଶାସକ ଦଳ ଟିଏମ୍‌ସି (ତୃଣମୂଳ କଂଗ୍ରେସ) ବିଧାୟକ ହୁମାୟୁନ କବୀର ଏବେ ପୁଣିଥରେ ଏକ ବିବାଦୀୟ ବୟାନ୍ ଦେଇଛନ୍ତି। ତାଙ୍କ ବୟାନ୍‌କୁ ନେଇ ଏବେ ଦେଶବ୍ୟାପୀ ଝଡ ସୃଷ୍ଟି ହୋଇଛି। ହୁମାୟୁନ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଯେ, ଏବେ ପଶ୍ଚିମବଙ୍ଗରେ ଏକ ନୂତନ ବାବ୍ରି ମସଜିଦ୍ ନିର୍ମାଣ କରାଯିବ। ତାଙ୍କ କହିବାନୁସାରେ ମୁର୍ଶିଦାବାଦ ଅଞ୍ଚଳର ବେଲଡାଙ୍ଗାଠାରେ ଏକ ନୂତନ ବାବ୍ରି ମସଜିଦ ନିର୍ମାଣ କରାଯିବା ନେଇ ଯୋଜନା କରାଯାଉଛି। ଏପରିକି ବେଲଡାଙ୍ଗାରେ ବାବ୍ରି ମସଜିଦ ପ୍ରତିଷ୍ଠା କାମ ଡିସେମ୍ବର ୬, ୨୦୨୫ପୂର୍ବରୁ ଆରମ୍ଭ ହେବ ବୋଲି ମଧ୍ୟ ସେ ଘୋଷଣା କରିଛନ୍ତି।

ତାଙ୍କର ଏଭଳି ଦାବିକୁ ନେଇ ଏବେ ବିଭିନ୍ନ ଦଳ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି। ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ “ହୁମାୟୁନ ମସଜିଦ୍ ନିର୍ମାଣ କରିବା ନେଇ ଘୋଷଣା କରିବା ସହ ନିଜେ ମଧ୍ୟ କୋଟି କୋଟି ଟଙ୍କା ଦାନ କରିବେ ବୋଲି କହିଛନ୍ତି। ତାଙ୍କ କହିବା ମୁତାବକ, ପଶ୍ଚିମବଙ୍ଗରେ ୩୪% ମୁସଲମାନ ଅଛନ୍ତି। ସେ ସେମାନଙ୍କ ଭାବନା ଏବଂ ସେମାନଙ୍କର ପଶ୍ଚିମବଙ୍ଗରେ ମୁଣ୍ଡ ଉଠାଇ ବଞ୍ଚିବା ପାଇଁ ଏକ ପ୍ରସ୍ତାବ ଦେବାକୁ ଚାହୁଁଛନ୍ତି। ଅର୍ଥର ଅଭାବ ହେବ ନାହିଁ। ବେଲଡାଙ୍ଗା ଏବଂ ବହରାମପୁର ଅଞ୍ଚଳରେ ଅନେକ ମଦ୍ରାସା ଅଛି। ସମସ୍ତ ମଦ୍ରାସାରେ ପ୍ରେସିଡେଣ୍ଟ ଏବଂ ସେକ୍ରେଟାରୀଙ୍କୁ ମିଶାଇ ୧୦୦ କିମ୍ବା ଅଧିକ ଲୋକଙ୍କୁ ନେଇ ବାବ୍ରି ମସଜିଦ ଟ୍ରଷ୍ଟ ଗଠନ ହେବ। ଏହି ଟ୍ରଷ୍ଟ ତରଫରୁ ୬ ଡିସେମ୍ବର ୨୦୨୫ମଧ୍ୟରେ ବେଲଡାଙ୍ଗା ଅଞ୍ଚଳରେ ୨ ଏକର ଜମିରେ ଏକ ବାବ୍ରି ମସଜିଦ ପ୍ରତିଷ୍ଠା କରାଯିବ। ସେ ବ୍ୟକ୍ତିଗତ ଭାବେ ଏଥିପାଇଁ ୧କୋଟି ଟଙ୍କା ଦାନ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking