25.1 C
Bhubaneswar
Saturday, December 6, 2025
Homeଓଡିଶାମହିଳାଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ: ଉପ ମୁଖ୍ୟମନ୍ତ୍ରୀ

ମହିଳାଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ: ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମିଶନ ଶକ୍ତି ଧାରଣା ନେଇ ଉପ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ଗତ କାଲି ଏ ନେଇ ବିଧାନସଭାରେ ଚର୍ଚ୍ଚା ହୋଇଥିଲା । ମହିଳାଙ୍କୁ ନେଇ ବିଭ୍ରାନ୍ତ କରନ୍ତୁ ନାହିଁ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କାହା କଥାରେ ପଡି ରାସ୍ତାରେ ଗଡ଼ିବା ଆବଶ୍ୟକ ନାହିଁ । ମହିଳାଙ୍କ ସ୍ୱାର୍ଥରେ ଯାହା ଠିକ , ସରକାର ତାହା ନିଶ୍ଚିତ କରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ତେବେ ଗତ କାଲି ବିଧାନସଭା ଆଗରେ ବିଭିନ୍ନ ମହିଳା ସଂଗଠନର ଆନ୍ଦୋଳନ କରିଥିଲେ । କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କ ବକେୟା ଦରମା ପ୍ରଦାନ ଦାବି ନେଇ ବିଧାନସଭା ସମ୍ମୁଖରେ ଅଲ୍ ଓଡିଶା ଜିପିଏଲ୍ଏଫ୍ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବାରମ୍ବାର ଅଭିଯୋଗ ପରେ ବି ସରକାର କିଛି ଶୁଣୁନାହାନ୍ତି । ସେଥିପାଇଁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନକୁ ଓହ୍ଲାଇବାକୁ ସଂଘ ନିଷ୍ପତ୍ତି ନେଇଥିଲେ । ୧୦ ଦଫା ଦାବି ନେଇ ରାଜ୍ୟ ସରକାରଙ୍କ ପାଖରେ ପ୍ରସ୍ତାବ ରଖିଛି ସଂଘ । ଏହି ଆନ୍ଦୋଳନ କୁ ବିଜେଡି ର ବିଧାୟକ ସମର୍ଥନ କରୁଥିବା ବେଳେ ଆନ୍ଦୋଳନ ରେ ସାମିଲ ମଧ୍ୟ ହୋଇଛନ୍ତି । ଏ ନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରତିକ୍ରିୟା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking