31.1 C
Bhubaneswar
Friday, February 13, 2026
Homeଓଡିଶାକଟକ ଏବଂ ରାୟଗଡ଼ାରେ ନିର୍ମାଣହେବ ରେଳ ଫ୍ଲାଏଓଭର୍; ରେଳ ମନ୍ତ୍ରଣାଳୟ ପକ୍ଷରୁ ୫୦୯ କୋଟି ମଞ୍ଜୁର

କଟକ ଏବଂ ରାୟଗଡ଼ାରେ ନିର୍ମାଣହେବ ରେଳ ଫ୍ଲାଏଓଭର୍; ରେଳ ମନ୍ତ୍ରଣାଳୟ ପକ୍ଷରୁ ୫୦୯ କୋଟି ମଞ୍ଜୁର

ଭୁବନେଶ୍ୱର: ରେଳ ମନ୍ତ୍ରଣାଳୟ ଓଡ଼ିଶାର କଟକ ଓ ରାୟଗଡା ଜିଲ୍ଲାରେ ଦୁଇଟି ରେଳ ଫ୍ଲାଏଓଭର୍ ନିର୍ମାଣ ପାଇଁ ୫୦୯ କୋଟି ଟଙ୍କା ମଞ୍ଜୁର କରିଛି। ଏହି ପଦକ୍ଷେପ ଭାରତୀୟ ରେଳବାଇର ବ୍ୟାପକ ଶକ୍ତି, ଖଣିଜ ଏବଂ ସିମେଣ୍ଟ (ଏନର୍ଜି, ମିନେରାଲ, ସିମେଣ୍ଟ) କରିଡର ଯୋଜନାର ଏକ ଅଂଶ; ଯାହା ରେଳ ଚଳାଚଳର ଉନ୍ନତି ତଥା ପ୍ରମୁଖ ରେଳ ଲାଇନ୍‌ଗୁଡିକରେ ଯାତାୟାତରେ ସମସ୍ୟା ଦୂର କରିବାକୁ ଲକ୍ଷ୍ୟରଖିଛି। ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ଗତ ଓଡ଼ିଶା ଗସ୍ତ ସମୟରେ ଏହି ପ୍ରକଳ୍ପର ମଞ୍ଜୁରୀ ବିଷୟରେ ଉଲ୍ଲେଖ କରିଥିଲେ।

ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ କଟକ ଜିଲ୍ଲାର ରାଜଆଠଗଡ଼, ରାଧାକିଶୋରପୁର ଏବଂ ମାଛପୁର ରେଳ ଷ୍ଟେସନ୍‌କୁ ସଂଯୋଗ କରୁଥିବା ୧୦.୮୯ କିଲୋମିଟର ରେଳ ଫ୍ଲାଏ ଓଭର୍ ନିର୍ମାଣ ଅନ୍ତର୍ଭୁକ୍ତ। ଏହି ଭିତ୍ତିଭୂମି କ୍ରସ୍ ଟ୍ରାଫିକ୍ ଜନିତ ସମସ୍ୟାକୁ ଦୂରକାରୀ ଏକକାଳୀନ ଟ୍ରେନ୍ ଚଳାଚଳକୁ ସୁଗମ କରିବ। ଏହି ପ୍ରକଳ୍ପ ପାଇଁ ମୋଟ ମୂଲ୍ୟ ୨୬୮.୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେହିପରି ରାୟଗଡ଼ା ଜିଲ୍ଲାର ସିଙ୍ଗାପୁର ରୋଡ୍ ଷ୍ଟେସନ୍‌ରେ ୫.୫୦ କିଲୋମିଟର ଦୈର୍ଘ୍ୟ ରେଳ ଫ୍ଲାଏ ଓଭର୍ ନିର୍ମାଣ ହେବ; ଯାହା ରାୟପୁର-ବିଜୟନଗରମ ରେଳ ଲାଇନରେ ଟ୍ରାଫିକ୍ ସମସ୍ୟାକୁ ଦୂରକରିବ। ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୨୩୯.୮୩ କୋଟି ଟଙ୍କା। ଅନ୍ୟପକ୍ଷରେ ରେଳ ଫ୍ଲାଏଓଭର୍ ନିର୍ମାଣ ହେବା ଦ୍ୱାରା ଏକକାଳୀନ ଟ୍ରେନ୍ ଚଳାଚଳ ସୁବିଧା, ପରିଚାଳନାଗତ ସମସ୍ୟା ଦୂର, ଚଳାଚଳଜନିତ ସମସ୍ୟା ହ୍ରାସ ଘଟିବା, ଉନ୍ନତ ଯାତ୍ରୀ ଅଭିଜ୍ଞତାକୁ ପ୍ରୋତ୍ସାହିତ କରିବା, ଟ୍ରାଫିକ୍ ସମସ୍ୟା ଆଦି ସୁଗମ ହେବ। ସମ୍ପ୍ରତି ଟ୍ରେନ୍ ଚଳାଚଳର ବୃଦ୍ଧି ପାଉଥିବା ଚାହିଦାକୁ ପୂରଣ କରିବା ପାଇଁ ଭାରତୀୟ ରେଳ ଦେଶରେ ଭିତ୍ତିଭୂମି ଉନ୍ନତିକୁ ପ୍ରାଥମିକତା ଦେବା ଜାରିରଖିଛି। ଏହିସବୁ ରେଳ ନେଟ୍‌ୱାର୍କର ଆଧୁନିକୀକରଣ ଏବଂ ବିସ୍ତାର ପାଇଁ ମନ୍ତ୍ରଣାଳୟ ପ୍ରତିବଦ୍ଧତାକୁ ସୂଚିତ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking