19.1 C
Bhubaneswar
Sunday, February 15, 2026
Homeଦେଶ ବିଦେଶସିରିଆର ଅସ୍ତ୍ରାଗାରକୁ ଧ୍ବଂସ କଲେ ଆମେରିକା, ଇସ୍ରାଏଲ୍

ସିରିଆର ଅସ୍ତ୍ରାଗାରକୁ ଧ୍ବଂସ କଲେ ଆମେରିକା, ଇସ୍ରାଏଲ୍

ଦମସ୍କସ: ବଶାର ଅଲ-ଅସଦଙ୍କୁ କ୍ଷମତାଚ୍ୟୁତ କରିବା ପରେ ସିରିଆ ଏବେ ଇସଲାମିକ ବିଦ୍ରୋହୀ ସଙ୍ଗଠନ ହୟାତ ତାହିର ଅଲ-ଶାମ (ଏଚଟିଏସ)ର କବଜାରେ ରହିଛି। ସିରିଆକୁ ଏଚଟିଏସ ଦଖଲ କରିବା ପରେ ରାଷ୍ଟ୍ରପତି ବଶାର ଅଲ-ଅସଦ ଏବଂ ତାଙ୍କ ପରିବାର ରୁଷିଆକୁ ପଳାୟନ କରିଛନ୍ତି। ସେପଟେ ଅସଦଙ୍କ ପଳାୟନ ପରେ ଆମେରିକା ଓ ଇସ୍ରାଏଲ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଇସ୍ରାଏଲ ସହ ମିଶି ଆମେରିକୀୟ ବାୟୁସେନା ସିରିଆରେ ଥିବା ସାମରିକ ଘାଟି ଓ ରାସାୟନିକ ଅସ୍ତ୍ରଶସ୍ତ୍ର କାରଖାନା ଉପରେ ଜୋରଦାର ଏୟାର ଷ୍ଟ୍ରାଇକ୍ କରିଛି । ଆମେରିକାର ବାୟୁସେନାର ବୋମାବର୍ଷୀ ବିମାନ ସେଗୁଡ଼ିକୁ ଧ୍ୱଂସ କରିଛି। ସିରିଆର ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକ ଯେପରି ବିଦ୍ରୋହୀଙ୍କ ହାତକୁ ନ ଯାଏ ତାହା ସୁନିଶ୍ଚିତ କରିବାକୁ ଏହି ଆକ୍ରମଣ କରାଯାଇଛି । ଇସ୍ରାଏଲ ସେନା ଗୋଲାନ ହାଇଟ୍ସ ନିକଟରେ ଥିବା ସିରିଆ ସୀମାର ୧୦ କିଲୋମିଟର ଭିତରେ ଥିବା ଜମିକୁ ଦଖଲ କରି ବଫର ଜୋନରେ ପରିଣତ କରିଛି। ଇସ୍ରାଏଲ ଏହି ପଦକ୍ଷେପ ପଛରେ ନିଜ ନାଗରିକଙ୍କ ସୁରକ୍ଷାକୁ ଦର୍ଶାଇଛି। ଏହି ପଦକ୍ଷେପ କେବଳ ଅସ୍ଥାୟୀ ବୋଲି ଇସ୍ରାଏଲ କହିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking