25.1 C
Bhubaneswar
Saturday, May 30, 2026
Homeଅପରାଧଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା: ୨ ଗିରଫ

ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା: ୨ ଗିରଫ

ନୂଆଦିଲ୍ଲୀ: କାନାଡାରେ ଜଣେ ୨୦ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟା କରାଯାଇଥିବା ଯୁବକ ପଞ୍ଜାବର ବାସିନ୍ଦା। ଯିଏ କାନାଡା ପଢିବାକୁ ଯାଇଥିଲେ ଏବଂ ତାଙ୍କ ଖର୍ଚ୍ଚ ପୂରଣ ପାଇଁ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିଲେ। ଏହି ଯୁବକଙ୍କ ନାମ ହର୍ଷଦୀପ ସିଂ ବୋଲି ଜଣାପଡିଛି। ସୂଚନା ମୁତାବକ , କାନାଡାର ଏଡମଟନ୍ ସ୍ଥିତ ଏକ ଆପାର୍ଟମେଣ୍ଟରେ ୨୦ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଗୁଳିମାରି ହତ୍ୟା କରାଯିବା ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ଦିନ ପ୍ରାୟ ୧୨.୩୦ ସମୟରେ ଗୁଳି ବିନିମୟ ପରେ ମୃତ୍ୟୁ ହୋଇଥିଲା। ତେବେ ଆପାର୍ଟମେଣ୍ଟରେ ଗୁଳି ବିନିମୟ ହୋଇଥିଲା । କାନାଡା ପୋଲିସ ଦୁଇ ଅଭିଯୁକ୍ତ – ଇଭାନ୍ ରେନ୍ ଏବଂ ଜୁଡିଥ୍ ସୋଲଟୋଙ୍କୁ ଗିରଫ କରିଛନ୍ତି ଏବଂ ସେମାନଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ପୋଲିସର ସୂଚନାନୁସାରେ, ଆପାର୍ଟମେଣ୍ଟରେ ଗୁଳି ବିନିମୟ ପରେ ଚେତାଶୂନ୍ୟ ହୋଇଥିବା ଦେଖି ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking