ନୂଆଦିଲ୍ଲୀ: ଆଜିଠୁ ପୁଣି ଆରମ୍ଭ ହୋଇଛି ଚାଷୀଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନ। ସରକାରଙ୍କୁ ଗୋଟିଏ ଦିନ ଦେଇଥିଲା ଚାଷୀ ସଂଗଠନ। ସରକାର ଚାଷୀଙ୍କ ଦାବି ପୂରଣ କରି ନଥିବାରୁ ଆଜି ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ ସଂଗଠନ । ଅମ୍ବାଲା, ହରିୟାଣା ଓ ଦିଲ୍ଲୀ-ହରିୟାଣାର ଶମ୍ଭୁ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଚାଷୀଙ୍କୁ ଅଟକାଇବାକୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି। କଣ୍ଟା ଦିଆଯାଇ ବ୍ରେକର ଓ ବ୍ୟାରିୟର ଲଗାଯାଇଛି। ବର୍ଷ ଆରମ୍ଭରୁ ଯେତେବେଳେ ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଥିଲା ତାଙ୍କୁ ରୋକିବାକୁ ଠିକ୍ ଏପରି ବ୍ୟବସ୍ଥା କରାଯାଇଥିଲା। ଶମ୍ଭୁ ସୀମାରେ ନିଜର ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛନ୍ତି ଚାଷୀ। ଏହାରି ଭିତରେ ଚାଷୀ ଆନ୍ଦୋଳନକୁ ୩୦୦ଦିନ ପୂରଣ ହେଉଥିବା କହିଛନ୍ତି ଚାଷୀ ନେତା ସରୱନ ସିଂହ ପଣ୍ଢେର। ପୁଣି ଥରେ ଆନ୍ଦୋଳନ ଓ ପଦଯାତ୍ରା କୁ ଓଲ୍ହାଇଛନ୍ତି ଚାଷୀ ସଂଗଠନ । ତେବେ ଚାଷୀଙ୍କ ଦାବି ହେଉଛି ଏମଏସପି ପାଇଁ ବିଧିବଦ୍ଧ ଆଇନ, ଚାଷୀଙ୍କ ଋଣ ଛାଡ଼ କରିବାକୁ ବି ଦାବି ଚାଷୀଙ୍କ ପାଇଁ ପେନସନ ବ୍ୟବସ୍ଥା , ବିଦ୍ୟୁତ ଶୁଳ୍କ ନବଢ଼ାଇବାକୁ ଦାବି , ଚାଷୀଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର , ୨୦୧୩ ଜମି ଅଧିଗ୍ରହଣ ଧାରାର ପୁନଃସ୍ଥାପନ । ହେଲେ ଆଜି ପୋଲିସ ଚାଷୀମାନଙ୍କୁ ଅଟକାଇ ଅଟକ ରଖିଛନ୍ତି ବୋଲି ସୂଚନା ରହିଛି ।










